ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନାହାର

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ବନ୍ଧୁକ ଦେଖାଇ ୩ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କବେକରୁ ଲକ୍ଷେ ଟଙ୍କାରସୁନା ହାର ଝାମ୍ପି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆନନ୍ଦପୁର ଥାନା ଅଞ୍ଚଳର ପଦ୍ମପୁରର ରାମଚନ୍ଦ୍ର ସାହୁ ନିଜ ବାଇକ ଯୋଗେ ତୁବୁରୀ ଥାନା ଅନ୍ତର୍ଗତ ଗୌଡ଼ ବାହାଳୀ ଗ୍ରାମକୁ ସୁଦ୍ଧିକ୍ରିୟା ପାଇଁ ସ୍ତ୍ରୀ ଓ ଛୁଆଙ୍କ ସହିତ ଯାଇଥିଲେ। ସୁଦ୍ଧିକ୍ରିୟା ସାରି ଆଜି ଅପରାହ୍ନ ସମୟରେ ନିଜର ଗ୍ରାମକୁ ଫେରୁଥିବା ସମୟରେ ୫୩ନଂ ଜାତୀୟ ରାଜପଥ ଆନନ୍ଦପୁର ଜେଲ ଓ ଶାନ୍ତି ମାତା ଆଶ୍ରମ ମଝିରେ ହଠାତ୍ ଏକ ଅଜଣା ବାଇକରେ ୩ ଜଣ ଆସି ମହିଳାଙ୍କ ପଛ ପଟୁ ବେକରେ ପିନ୍ଧିଥିବା ଲକ୍ଷ।ଧିକ ଟଙ୍କାର ସୁନା ହାରକୁ ଝିମ୍ପି ନେଇଥିଲେ। ଫଳରେ ସ୍ଵାମୀ ରାମଚନ୍ଦ୍ର ଓ ସ୍ତ୍ରୀ ଛୁଆ ଉଭୟ ବାଇକରୁ ପଡ଼ି ଯାଇଥିଲେ ଏବଂ ରାମଚନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହାର ସୁଯୋଗରେ ଲୁଟିଆ ମାନେ ସୁନା ହାର ଝାମ୍ପିନେଇ ଚମ୍ପଟ ହୋଇ ଯାଇଥିଲା। ଏକା ଦେଖି ରାମଚନ୍ଦ୍ର ଲୁଟିଆ ମାନଙ୍କୁ ବାଇକ ଯୋଗେ ପିଛା କରିଥିଲେ। ଲୁଟିଆ ମାନେ ଧରାପଡ଼ି ଯିବା ଭୟରେ ୩ ରାଉଣ୍ଡ ଗୁଳି ଚଳଇଥିଲେ । ସୌଭାଗ୍ଯ ବସତଃ ଗୁଳିରୁ ରାମଚନ୍ଦ୍ର ଅଳ୍ପକେ ବର୍ତ୍ତିଯାଇଥିଲେ । ଆନନ୍ଦପୁର ପୋଲିସ ରାମଚନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଥାନା ଏ ସଂପର୍କରେ ତଦନ୍ତ ଚଳାଇଛନ୍ତି । ପୁଲିସ ଅନୁସନ୍ଧାନ ଚଳାଇଥିବା ବେଳେ ଲୁଟିଆ ସୁନା ହାରନେଇ ପାର ହୋଇ ଯାଇଥିବା ଜଣାପଡ଼ିଛି ।

Leave a comment