ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ ? ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ ପ୍ରଶ୍ନ । ରାଜ୍ୟରେ ପୁଣି ଆଗକୁ ଆଉ ବଢିବ କି ଲକଡାଉନ? ରାଜ୍ୟରେ ଜାରି ରହିଛି ଲକଡାଉନ ଓ ସପ୍ତାହନ୍ତ ସଟଡାଉନ। ଏହି ଲକଡାଉନ ଓ ସଟଡାଉନ ପାଇଁ କରୋନା ସଂକ୍ରମଣ ବୃଦ୍ଧିରେ ରୋକ ଲାଗିପରିଛି। ରାଜ୍ୟରେ କିଛି ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ୟ୍ୟାୟ ଳକଡାଉନ୍। ତେବେ ରାଜ୍ୟରେ ଲକଡାଉନ ଅବଧି ବଢିବ କି ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଥିବା ବେଳେ ଏହାକୁ ନେଇ ଆଜି ସଂଧ୍ୟା ସାଢ଼େ ୬ଟାରେ ବିବୃତି ରଖିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବ କ’ଣ ଘୋଷଣା କରିବେ, ଏହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ଓଡ଼ିଶାରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିଛି । ମାତ୍ର ଏଥିପାଇଁ ଯେ ରାଜ୍ୟରେ ସବୁକିଛି ଢିଲା କରିଦେବା ସେପରି ସମୟ ବୋଧହୁଏ ଆସିନାହିଁ । ତେଣୁ ଜୁନ୍‌ ପହିଲାରେ ଶେଷ ହେଉଥିବା ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ହେବ । ଏଭଳି ମତ ରଖୁଛନ୍ତି ବିଶେଷଜ୍ଞ ଯଦିଓ ଲକଡାଉନ ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା କମୁଛି କିନ୍ତୁ ଅନ୍ୟପଟେ ଏହା ଜୀବନ ଜୀବିକା ଉପରେ ଏକ ବିରାଟ ପ୍ରଭାବ ପକାଉଛି । ସ୍ଥିତିକୁ ନଜରରେ ରଖି ସରକାର କେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ଉପରେ ସମଗ୍ର ରାଜ୍ୟବାସୀଙ୍କ ନଜର ରହିଛି ।

କୁହାଯାଉଛି କଟକଣାରେ କିଛି କୋହଳ କରିପାରନ୍ତି ମୁଖ୍ୟ ଶାସନ ସଚିବ । ସୂଚନାଯୋଗ୍ୟ ଆସନ୍ତା ୧ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଳକଡାଉନ୍ ।

Leave A Reply

Your email address will not be published.