ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍‌ଲାଇନ୍‌ ଟିକାଦାନକୁ ବିରୋଧ କରି ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ବାଲେଶ୍ୱର: ଅନ୍‌ଲାଇନ୍‌ ଟିକାଦାନକୁ ବିରୋଧ କରି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ ହଟ୍ଟଗୋଳ । ମେଡିକାଲ ଅଧିକାରୀଙ୍କୁ ଘରେ ପୁରାଇ ତାଲା ମାରିଦେଲେ ଉତ୍ୟକ୍ତ ଲୋକେ । ସୂଚନା ଅନୁସାରେ, ଗତକାଲି ଅଫଲାଇନ୍‌ରେ ଟିକା ଦିଆ ଯାଉଥିବାବେଳେ, କୌଣସି ପୂର୍ବ ସୂଚନା ନଦେଇ ଆଜି ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିବା ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଥିଲେ ଅଧିକାରୀ । ଫଳରେ ଟିକା ନେବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ମେଡ଼ିକାଲରେ ପହଞ୍ଚିବା ପରେ ସେମାନଙ୍କୁ ଟିକା ଦିଆଯାଇନଥିଲା । ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲା ପକାଇ ଦେଇଛନ୍ତି । ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ଜିଲ୍ଲା ପ୍ରଶାସନ ନୂଆ ନିଷ୍ପତ୍ତି ନେଇଛି । କେବଳ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀଙ୍କୁ ଅଫ୍‌ଲାଇନ୍‌ରେ ଟିକା ଦେବାକୁ ସୁଯୋଗ ଦିଆଯାଇଛି ।

ଶୁକ୍ରବାର ଠାରୁ ରାଜ୍ୟରେ ମାଗଣାରେ ୧୮ ରୁ ୫୯ ବର୍ଷ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଟିକା ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ପ୍ରତି ଟିକାକରଣ କେନ୍ଦ୍ରରେ ଭିଡ ପରିଲିଖିତ ହୋଇଛି । ମାତ୍ର ବାଲେଶ୍ୱର ଜିଲ୍ଲା ପ୍ରଶାସନର ଅନଲାଇନ ନିୟମ ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.