ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚେନ ଲୁଟି ଚମ୍ପଟ ମାରୁଥିଲେ ଚୋର କିନ୍ତୁ ଅଧା ବାଟରେ ବାଇକରୁ ସରିଗଲା ତେଲ, ଚୋରକୁ ଧରି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ସାଲେପୁର: ଚେନ ଲୁଟି ଚମ୍ପଟ ମାରୁଥିଲାବେଳେ ଅଧା ରାସ୍ତାରେ ଧୋକା ଦେଲା ବାଇକ । ଗାଡ଼ିରୁ ତେଲ ସରିଯିବାରୁ ଧରାପଡିଲେ ଲୁଟେରା । ଚୋରଙ୍କୁ ଧରି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ । ଚଳନ୍ତା ଗାଡିରୁ ଚେନ୍‌ ଛିଡାଇ ସ୍ପିଡରେ ଯାଉଥିଲେ । ଏତିକି ବେଳେ ଗାଡିରୁ ତେଲ ସରିଗଲା । ଟାଙ୍କିରେ ତେଲ ପକାଇ ଫେରୁଥିବାବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ ।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଛକ ନିକଟରୁ ଦୁଇ ଚୋରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକ । ପରେ ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟଜଣଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି । ତା ନିକଟରୁ ଏକ ଖେଳନା ବନ୍ଧୁକ, ଛୁରୀ, ନମ୍ବର ପ୍ଲେଟ ଓ ବ୍ୟାଗ ଜବତ ହୋଇଛି। ଧରାପଡିଥିବା ଲୁଟେରା ଯାଜପୁରର ଶଶିକାନ୍ତ ଜେନା । ପୂର୍ବରୁ ଶଶିକାନ୍ତ ନାଁରେ ବହୁ ମାମଲା ଥିବା ଜଣାପଡିଛି।

Leave A Reply

Your email address will not be published.