ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

SHG ମା’ ମାନଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ହେଉଛି ଖର୍ଚ୍ଚ: ‘ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ’

ଭୁବନେଶ୍ବର: ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। SHGଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି  ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ ଲାଗି । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହାଜନ ପାଖକୁ ଯାଉଥିଲେ । ୬୦ ରୁ ୭୦% ସୁଧ ଦେଉଥିଲେ । ଏବେ SHG ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି । ଏହା ସେମାନଙ୍କର ସଶକ୍ତିକରଣ। କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ SHG ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ ।

ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା। ସମସ୍ତ ୫ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ SHG । SHG ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବେ ରାଜ୍ୟ ସରକାର।

ପ୍ରତି ଜିଲ୍ଲାରେ SHG ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ। ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଦିଆଯିବ ଗୁରୁତ୍ବ । SHG ମହିଳାଙ୍କୁ ମିଳିବ ଫେସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ। OUAT ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ । ଚଳିତ ବର୍ଷ SHGର ୨ ଲକ୍ଷ ଇସି ସଦସ୍ୟ ଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରଜ୍ୟ ସରକାର । ସ୍କୁଟର ଋଣ ର ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ବଢାଯିବ ପାଣ୍ଠି ।

ମାଆମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ଚାହାଁନ୍ତି ମୁଖ୍ୟମନ୍ତ୍ରୀ। ମାଆମାନେ ଅଧିକ ସଶକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦କୋଟି ବ୍ୟୟ ବରାଦ ହୋଇଛି। ସବୁ ଏସଏଚଜିଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ। ସାଧାରଣତଃ ପର୍ୟ୍ୟଟନସ୍ଥଳୀ ଓ ବଡ଼ ଜିଲ୍ଲାରେ ବଜାର ପାଇଁ ୩୭୦ କୋଟି ମିଳିଛି ।

Leave A Reply

Your email address will not be published.