ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମଥର ପାଇଁ ସୁପ୍ରିମକୋର୍ଟରୁ ସିଧାପ୍ରସାରଣ ଦ୍ବାରା ୨୦ଟି ମାମଲାର ଶୁଣାଣି

ଆଜି ସରିବ ଜଷ୍ଟିସ୍‌ ରମଣାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଇଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ଯକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା।

ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା ଘୋଷଣା କରୁଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏବେ ଏହି ମାମଲାର ଅଧିକ ବିଚାର କରିବା ପାଇଁ ସିଜେଆଇ ଜଷ୍ଟିସ ରମନ୍ନା ଏହାକୁ ୩ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହା ଉପରେ ମତ ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ସେହିପରି ସର୍ବଦଳୀୟ ବୈଠକ ଡାକି କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରନ୍ତୁ ବୋଲି ବିଦାୟୀ ସିଜେଆଇ ଜଷ୍ଟିସ ରମନ୍ନା ପରାମର୍ଶ ଦେଇଛନ୍ତି।

ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ।

Leave A Reply

Your email address will not be published.