ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ୧୦୭ ମ୍ୟୁନିସିପାଲିଟି ଓ ଏନଏସି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା

ଭୁବନେଶ୍ବର : ରାଜ୍ୟରେ ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ଚିଠା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ଜଣାଇବାକୁ ସମୟ ଦିଆଯାଇଛି । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ଆପତ୍ତି ଅଭିଯୋଗ କରିହେବ ।ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ଟି ଆସନ ଅଣସଂରକ୍ଷିତ, ଏସସିଙ୍କ ପାଇଁ ୮ଟି ଓ ଏସଟି ପାଇଁ ୩ଟି ଆସନ ସଂରକ୍ଷିତ ରହିଛି । ସେହିପରି ଏସସି ମହିଳାଙ୍କ ପାଇଁ ୯ଟି, ଏସଟି ମହିଳାଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ରାଜ୍ୟର ୧୧୦ ମ୍ୟୁନିସିପାଲିଟି ଓ ଏନଏସି ମଧ୍ୟରୁ ୩ଟିରେ ନିର୍ବାଚନ ବନ୍ଦ ହୋଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚାନ୍ଦବାଲି, ବିଜେପୁର, ରେମୁଣା, ଦଶପଲ୍ଲା, ପାରଳାଖେମୁଣ୍ଡି, ପଦ୍ମପୁର, ନୀଳଗିରି, ତରଭା, ପୋଲସରା- ଏସଟି (ମହିଳା), କୋରାପୁଟ, କବିସୂର୍ଯ୍ୟନଗର, ସୋର, ଖଲ୍ଲିକୋଟ, ଝାରସୁଗୁଡ଼ା, ବେଲଗୁଣ୍ଠା, ଜଟଣୀ, ନବରଙ୍ଗପୁର- ଏସସି, ବ୍ରଜରାଜନଗର, ଉମରକୋଟ, ଗୁଡାରି, ଆନନ୍ଦପୁର, ବ୍ୟାସନଗର- ଏସଟି (ମହିଳା), ବାଲିଗୁଡ଼ା, ପାଟଣାଗଡ଼, ବିନିକା- ଏସଟି, ଜି.ଉଦୟଗିରି, କାଶୀନଗର, କରଞ୍ଜିଆ, ଗୁଣୁପୁର, ଖରିଆର ରୋଡ଼, ବାସୁଦେବପୁର, ଛତ୍ରପୁର, ରମ୍ଭା, ସୁନ୍ଦରଗଡ଼, ଉଦଳା, ଚିକିଟି, ବାଲେଶ୍ୱର, ଟିଟିଲାଗଡ଼, ଜଗତସିଂହପୁର, ଭଦ୍ରକ, ଯାଜପୁର, ଧାମନଗର, ବରଗଡ଼, ପୁରୁଷୋତ୍ତମପୁର, ନିମାପଡ଼ା, ଭବାନିପାଟଣା, ବଲାଙ୍ଗିର, କେନ୍ଦ୍ରାପଡ଼ା, ସୋନପୁର, କୋଣାର୍କ, ଆଠଗଡ଼, ଦେଓଗଡ଼, ରଣପୁର, ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ, ଫୁଲବାଣୀ, ଖୋର୍ଦ୍ଧା, ବାଲୁଗାଁ, ପୁରୀ, କେଉଁଝରଗଡ଼, ଖଣ୍ଡପଡ଼ା, ଚୌଦ୍ୱାର, ଆଠମଲ୍ଲିକ, ବାଙ୍କି, କୋଟପାଡ଼- ମହିଳା, ରାଇରଙ୍ଗପୁର, ଜୁନାଗଡ଼, ଗୋପାଳପୁର, ଜୟପୁର, କୁଚିଣ୍ଡା, ନୂଆପଡ଼ା, ଭଞ୍ଜନଗର, ବଡ଼ବିଲ, ବାଣପୁର, ବିରମିତ୍ରପୁର, ଜଳେଶ୍ୱର, ଧର୍ମଗଡ଼, ବାଲିମେଳା, ରାଇରଙ୍ଗପୁ. ଆସ୍କା, କେସିଙ୍ଗା, ବୁଗୁଡ଼ା, ପିପିଲି, ହିଞ୍ଜିଳିକାଟି, ଜୋଡ଼ା, ବୌଦ୍ଧଗଡ଼, ତୁସୁରା, କଣ୍ଟାବାଞ୍ଜି, ରେଢ଼ାଖୋଲା, ସୁନାବେଢ଼ା, ବାରିପଦା, କୋଦଳା, ଭୁବନ, ବେଲପାହାଡ଼, କାମାକ୍ଷାନଗର, ଚମ୍ପୁଆ, ମାଲକାନଗିରି, ତାଲଚେର, ଅନୁଗୁଳ, ପାରାଦୀପ- ଅଣସିଂରକ୍ଷିତ ରହିଛି।

Leave A Reply

Your email address will not be published.