ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଜବତ ହେଲା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ, ଜଣେ ଗିରଫ

ଗିରଫ କରାଯାଉନାହିଁ ଅସଲ ମଦ ଯୋଗାଣକାରୀଙ୍କୁ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଂଚମହଲା ନିକଟରୁ ପୁଣି ୩୩ପେଟି ତଥା ପ୍ରାୟ ୨୭୮ଲିଟର ବିଦେଶୀ ମଦ ଜବତ କରିଛି ଅନୁଗୁଳ ସଦର ଥାନା ପୁଲିସ। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ବନ୍ତଳା ଥାନା ଅଂଚଳରେ ଥିବା ଅନୁଗୁଳର ଜନୈକ କୁଖ୍ୟାତ ମଦ ବେପାରୀଙ୍କ ମଦ ଦୋକାନରୁ ସୋମବାର ଦିନ ଲକଡାଉନ ସମୟରେ ଅଟୋ ରିକ୍ସାରେ ଲକ୍ଷାଧିକ ଟଙ୍କାର ଚୋରା ବିଦେଶୀ ମଦ ଚୋରରେ ଚାଲାଣ ହେଉଥିଲା।

କୌଣସି ସୂତ୍ରରୁ ଏହି ଖବର ଅନୁଗୁଳ ସଦର ଥାନା ପୁଲିସ ପାଇବାପରେ ପଂଚମହଲା ଠାରେ ଜଗିରହିଥିଲେ।ମଦ ଭର୍ତି ଅଟୋରିକ୍ସା ଆସିବାକ୍ଷଣି ତାକୁ ପୋଲିସ କର୍ମଚାରୀମାନେ କାବୁ କରିନେଇଥିଲେ।ପୋଲିସ କର୍ମଚାରୀମାନେ ମଦ ଭର୍ତି ଅଟୋରିକ୍ସା କୁ ଜବତ କରିବା ସହ ଚୋରା ମଦ ନେଉଥିବା ଅଟୋ ଡ୍ରାଇଭର ମାଗୁଣି ବେହେରା କୁ ଗିରଫ କରି ଅନୁଗୁଳ ସଦର ଥାନାକୁ ଆଣିଥିଲେ। ଥାନାରେ ପୁଲିସ ପଚରାଉଚରା କରିବାପରେ ଏହି ମଦ ଅନୁଗୁଳର ଜନୈକ କୁଖ୍ୟାତ ମଦ ବ୍ୟବସାୟି ଜିଏକି ପୂର୍ବରୁ ଲକଡାଉନରେ ମଦ ବିକ୍ରିକରି ଦୁଇ ମାସ ଜେଲରେ ରହିବା ପରେ ଜାମିନରେ ଆସିଥିବା ବ୍ୟକ୍ତିଙ୍କ ବନ୍ତଳା ଥାନା ଅଂଚଳରେ ଥିବା ମଦ ଦୋକା ର ଏହି ମଦ ଅନୁଗୁଳ ସହରକୁ ନେଉଥିଲ।

ଏଠାରେ ଉଲେଖ ଯୋଗ୍ୟ ଯେ, ଲକଡାଉନ ସମୟରେ ଅନୁଗୁଳ ଜିଲାରେ ପୁଲିସ ଓ ଅବକାରୀ ବିଭାଗ ଜାଣତରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର ଚୋରରେ ବିଦେଶୀ ମଦ ଓ ଦେଶୀ ମଦ ବିପୁଳ ପରିମାଣ ରେ ବେଆଇନ ଭାବେ ବିକ୍ରି ହଉଛି। ଜନସାଧାରଣଙ୍କ ଅଭିଯୋଗ ହେଲେ କାଁ ଭାଁ ଜାଗାରେ ପୁଲିସ ମଦ ଜବତ କରିଛି। କିଛି ଦିନ ପୁର୍ବେ ଅନୁଗୁଳ ଉପଖଣ୍ଡ ବନରପାଳ ଥାନା ଅଂଚଳରୁ ୮୫ପେଟି ତଥା ୭୪୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ଏହି ଅଭିଯୋଗରେ ଦୁଇ ଜଣ ମଧ୍ୟ ଗିରଫ ହୋଇଥଲେ। ସେତେବେଳେ ସେହି ମଦ ଅନୁଗୁଳର ଏହି କୁଖ୍ୟାତ ମଦ ବେପାରୀଙ୍କ ପୁତୁରାର ମଦ କାଉଣ୍ଟ ରୁ ଲକଡାଉନ ସମୟରେ ଚାଲାଣ ହେଉଥିଲା। ସେହିପାରି ଗତ ଶନିବାର ଦିନ ମଧ୍ୟ ଅନୁଗୁଳ ପୁଲିସ ଜବତ କରିଥିବା ମଦ ଅନୁଗୁଳ ର ସମ୍ପୃକ୍ତ କୁଖ୍ୟାତ ମଦ ବ୍ୟବସାୟୀଙ୍କ ବନ୍ତଳା ମଦ ଦୋକାନରୁ ଜରସିଂହା ଗ୍ରାମକୁ ଚାଲାଣ ହେଉଥିଲା।କିନ୍ତୁ ଆଶ୍ଚର୍ଯ୍ଯର ବିଷୟଜେ ମଦ ନେଉଥିବା ବେପାରୀଙ୍କୁ ପୁଲିସ ଗିରଫ କରୁଥିବା ବେଳେ ମଦ ଯୋଗାଉଥିବା ବ୍ୟକ୍ତିକୁ ଗିରଫ କରୁନଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଅସଲ ମଦ ଯୋଗାଉଥିବା ବ୍ୟକ୍ତିଙ୍କ ନାମ ସାମ୍ବାଦିକ ମାନଙ୍କ ପକ୍ଷରୁ ଅନୁଗୁଳ ଏସପିଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କୌଣସି କାର୍ଯ୍ଯାନୁଷ୍ଠାନ ହେଉନାହିଁ। ତେଣୁ ପୁଲିସ ଉଚ୍ଚ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ପ୍ରକୃତ ଚୋରା ମଦ ଯୋଗାଣ କାରୀକୁ ଗିରଫ କରିବାକୁ ଅନୁଗୁଳ ଏସପି ଙ୍କୁ ନିର୍ଦେଶ ଦେବାକୁ ବୁଦ୍ଧିଜୀବିଙ୍କ ପକ୍ଷରୁ ଦାବି ହୋଇଛି।

Leave A Reply

Your email address will not be published.