ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ମା’ ହେଲା ସିଂହୀ ‘ବିଜଲୀ’

ଭୁବନେଶ୍ୱର: : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହର ବଂଶବୃଦ୍ଧି ହୋଇଛି। ମାତୃତ୍ୱ ଲାଭ କରିଛି ସିଂହୀ ‘ବିଜଲୀ’ । ଆଜି ସେ ତିନୋଟି ଛୁଆ ଜନ୍ମ ଦେଇଛି। ସେଥିରୁ ଗୋଟିଏ ନବଜାତ ସିଂହର ମୃତ୍ୟୁ ଘଟିଛି । ସିଂହ ସଫାରୀର ଏକ ସ୍ୱତନ୍ତ୍ର ସେଲରେ ଅଛି ବିଜଲୀ । ମେଡିକାଲ ଅଫିସର ଓ ନନ୍ଦନକାନନ କର୍ମଚାରୀ ତା ଉପରେ ୨୪ ଘଣ୍ଟିଆ ସିସିଟିଭିରୁ ନଜର ରଖିଛନ୍ତି ।

ଭୋର ୨.୪୩ ମିନିଟରେ ପ୍ରଥମ ଛୁଆକୁ ଜନ୍ମ ଦେଇଥିଲା ବିଜଲୀ। ୩ଟା ୧୨ରେ ଦ୍ୱିତୀୟ ଓ ୩ଟା ୩୮ ମିନିଟରେ ତୃତୀୟ ଶାବକକୁ ଜନ୍ମ ଦେଇଥିଲା । ଗତ ଏପ୍ରିଲ ମାସରେ ବିଳସପୁର ଚିଡିଆଖାନାରୁ ଆସିଥିବା ପୁରୁଷ ସିଂହ ସମ୍ରାଟ ସହ ସିଂହୀ ବିଜଲିର ମିଳନ କରାଯାଇଥିଲା । ଗତବର୍ଷ ଡିସେମ୍ବରରେ କମଳା ନେହେରୁ ଚିଡିଆଖାନାରୁ ଆସିଥିଲା ସିଂହୀ ବିଜଲୀ।

ବର୍ତ୍ତମାନ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ପ୍ରାଣୀ ଉଦ୍ୟାନରେ ୩ଟି ପ୍ରଜାତିର ୧୬ଟି ସିଂହ ଓ ସିଂହୀ ଅଛନ୍ତି। ୨୦୦୪ ମସିହା ପରଠାରୁ ନନ୍ଦନକାନନରେ ସିଂହ ବଂଶ ବୃଦ୍ଧି ପାଇ ନ ଥିଲା।

Leave A Reply

Your email address will not be published.