ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ

ଭୁବନେଶ୍ବର: ପୁଣି କାୟା ବିସ୍ତାର କରୁଛି କରୋନା । ଦୈନିକ ସଂକ୍ରମଣ ସଂଖ୍ଯା ମଧ୍ଯ ବୃଦ୍ଧି ଘଟିଛି। ଏଥିସହ ରାଜ୍ଯରେ କରୋନା କଟକଣା ମଧ୍ଯ କଡ଼ାକଡ଼ି କରାଯାଇଛି। ଆଜି ଶ୍ରୀଲିଙ୍ଗରାଜ ମନ୍ଦିରରୁ କିଛି ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲିଙ୍ଗରାଜ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ଦର୍ଶନ ବନ୍ଦ ହୋଇଛି।  କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ  ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ମନ୍ଦିରର ୪ଜଣ ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଅଧିକ ସଂକ୍ରମଣ ରୋକିବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ଯନ୍ତ ମନ୍ଦିର ଭିତରକୁ ଜନସାଧାରଣ ପ୍ରବେଶ ତଥା ଦର୍ଶନକୁ ବାରଣ କରିଛି ଭୁବନେଶ୍ୱର ମହାନଗର ନିଗମ। କେବଳ ନୀତିକାନ୍ତି ଜାରି ରହିବ। ଏହାସହ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତ୍ତି ଓ ନିର୍ଦ୍ଦେଶ ମୁତାବକ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରୁକୁଣା ରଥଯାତ୍ରାରେ ସାମିଲ ହେବାକୁ ଥିବା ବିଭିନ୍ନ ସେବାୟତଙ୍କର ଗତକାଲି ହୋଇଥିଲା ଟେଷ୍ଟିଂ। ଆଜି ମଧ୍ୟ କିଛି ସେବାୟତଙ୍କ ଟେଷ୍ଟିଂ କରାଯାଇଛି।

Leave A Reply

Your email address will not be published.