ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଗଜ ପତ୍ରରେ ସୀମିତ ଆଇନ, ଅବାଧରେ ଚାଲିଛି ପଲିଥିନ୍‌ କାରବାର

ସାନଖେମୁଣ୍ଡି : 2019 ମସିହା ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ମୁକ୍ତ ଆହ୍ୱାନ ଦିଆଯାଇ ଏହାର ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା । ସେହି ସମୟରେ ସରକାରଙ୍କ ପକ୍ଷରୁ ଦୋକାନ ବଜାର ରେ ଯାଞ୍ଚ କରାଯାଇ ପଲଥିନ କାରବାର କରୁଥିବା ବ୍ୟବସାୟୀ ଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ବ୍ୟବସାୟୀ ମାନେ ଭୟ ରେ କିଛି ଦିନ ପାଇଁ ପଲଥିନ ବ୍ୟବହାର ବନ୍ଦ କରିବା ପରେ କିଛି ଦିନ ଲୁଚା ଛୁପା ରେ ଏହି କାରବାର କରିଥିଲେ । ସମ୍ପ୍ରତି ସରକାରଙ୍କ ଦ୍ୱାରା ପଲଥିନ କାରବାର ଓ ବ୍ୟବହାର ଉପରେ ନିୟମିତ ତନଖି କରାନଯିବା ଫଳରେ ଖୋଲାଖୋଲି ଏହା ବ୍ୟବହାର କରାଯାଉଛି । ଫଳରେ ବ୍ୟବହୃତ ପଲଥିନ ନଷ୍ଟ ହୋଇ ଭୁପୃଷ୍ଟ, ନଦୀ, ନାଳ ଗୁଡିକରେ କୁଢ଼ କୁଢ଼ ଗଦା ହୋଇ ରହୁଛି । ଏଣୁ ପରିବେଷ ଉପରେ କୁ ପ୍ରଭାବ ପଡୁଛି ।

ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଏ ବିଷୟରେ ଅବଗତ ଥାଇ ମଧ୍ୟ ଦେଖି ନଦେଖିଲା ପରି ଅଭିନୟ କରୁଛି । ତେଣୁ ପଲିଥିନ ନିଷେଧ ଆଇନ କେବଳ କାଗଜ ପତ୍ରରେ ସୀମିତ ରହିଯାଇଛି । ସରକାର ପଲିଥିନ ବ୍ୟବହାର ରେ କଟକଣା ଜାରି କରିବା ସହ 50 ମାଇକ୍ରୋନ ରୁ କମ ଥିବା ପଲଥିନ ବ୍ୟବହାର ଓ ବିକ୍ରିବଟା ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ । କାଗଜ ପତ୍ର ଟୁଙ୍ଗା ଅପେକ୍ଷା ପଲଥିନ ବ୍ୟବହାର ଅତି ସହଜ ହୋଇଥିବାରୁ ବ୍ୟବସାୟୀ ଓ ଗ୍ରାହକ ମାନେ ପୁନର୍ବାର ଏହାର ବ୍ୟବହାର କରିଦେଇଛନ୍ତି । ସାନଖେମୁଣ୍ଡି ର ମୁଖ୍ୟ ଛକ ପାଟପୁର, ଖଲିଙ୍ଗି, ଆଡପଡା, ଜଗନ୍ନାଥପୁର, ଡେଙ୍ଗାଓସ୍ତା, ପଳାସପୁର, ସାହସପୁର, ମହାନଳା, ପାଣ୍ଡାଛକ, ପୋଡାମାରି ପ୍ରଭୁତି ଅନେକ ଗ୍ରାମରେ ଅଳିଆ ଗଦା ଗୁଡିକ ରେ କୁଡ଼ କୁଡ଼ ପଲିଥିନ ପଡ଼ିଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.