ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୀବନ ଖୋଜୁଛି ଅମ୍ଳଜାନ

ଭୁବନେଶ୍ୱର : ଜୀବନ ଖୋଜୁଛି ଅମ୍ଲଜାନ (ଅକ୍ସିଜେନ)। ଜୀବନ ଓ ମୃତ୍ୟୁ ମଧ୍ୟରେ ବ୍ୟବଧାନ କୁହାଯାଉଥିବା ଅକ୍ସିଜେନର ଅଭାବ ଏବେ ସାରା ଦେଶ ପାଇଁ ସୃଷ୍ଟି କରିଛି ବିପଦ। କୋଭିଡ଼ ସଂକ୍ରମଣର ତୀବ୍ର ଗତି, ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟରେ ଅକ୍ସିଜେନ ଅଭାବ ସାରା ଦେଶକୁ ଭୟଙ୍କର ସ୍ଥିତି ଆଡ଼କୁ ଟାଣି ନେଇଛି। ମହାନଗରୀଗୁଡ଼ିକର ଡ଼ାକ୍ତରଖାନାରେ ମଧ୍ୟ ଅକ୍ସିଜେନ ଅଭାବ ଦେଖା ଦେଇଛି। ଦିଲ୍ଲୀର ବିଭିନ୍ନ ଡ଼ାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଅଭାବ ଯୋଗୁଁ ବହୁ ଲୋକ ମୃତ୍ୟୁବରଣ କରିଥିବା ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଉଦ୍ଧବ ଠାକ୍‍ରେ ତୁରନ୍ତ ରାଜ୍ୟକୁ ଅକ୍ସିଜେନ କୋଟା ବୃଦ୍ଧି ଦାବି କରିଛନ୍ତି। ଶିଳ୍ପକୁ ଅକ୍ସିଜେନ ଯୋଗାଣ ବନ୍ଦ କରି ଡ଼ାକ୍ତରଖାନାକୁ ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଅକ୍ସିଜେନ୍‍ ଯୋଗାଣରେ ହେଉଥିବା ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଶିଳ୍ପକୁ ନୁହେଁ, ରୋଗୀକୁ ଅକ୍ସିଜେନ ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ସିଜେନ୍‌ ଯୋଗାଣ ଓ ଏହାର ପରିଚାଳନା ନେଇ ଓଡ଼ିଶାର ଉଦାହରଣ ଦେଇଛନ୍ତି।
ସାରା ବିଶ୍ୱ ଲାଗି କୋଭିଡ଼ ନେଇ ଆସିଛି ଏକ ଅସାଧାରଣ ସମୟ। ପ୍ରଥମ ଲହରୀକୁ କୌଣସି ପ୍ରକାରେ ମୁକାବିଲା କରିବାରେ ସଫଳ ହୋଇଥିବା ଭାରତ ଦ୍ୱିତୀୟ ଲହରୀ ସମୟରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ସାରା ବିଶ୍ୱରେ ଏବେ ଦୈନିକ ମୃତ୍ୟୁହାର ଭାରତରେ କେବଳ ଅଧିକ ନୁହେଁ, ଦୈନିକ ସଂକ୍ରମଣ ମଧ୍ୟ ଅତ୍ୟନ୍ତ ଦ୍ରୁତଗତିରେ ବୃଦ୍ଧି ପାଇଛି। ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୨.୫୯ ଲକ୍ଷ ନୂଆ ସଂକ୍ରମିତଙ୍କୁ ଠାବ କରାଯାଇଛି ଓ ମୃତ୍ୟୁ ସଂଖ୍ୟା ୧୭୬୧ ବୋଲି କୁହାଯାଉଛି। ସରକାରୀ ଭାବରେ ଯେତିକି ମୃତ୍ୟୁ ସଂଖ୍ୟା କୁହାଯାଇଛି ବାସ୍ତବ ମୃତ୍ୟୁ ସଂଖ୍ୟା ବାସ୍ତବରେ ତା’ଠୁ ଢ଼େର ଅଧିକ। ଅଧିକାଂଶ ରାଜ୍ୟରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଡ଼ାକ୍ତରଖାନାରେ ଶଯ୍ୟାର ଅଭାବ, ଭେଣ୍ଟିଲେଟର ଓ ଅକ୍ସିଜେନ ସମସ୍ୟା ସବୁଠାରୁ ଘାତକ ହୋଇଛି। ଦେଶର ମହାନଗରୀଗୁଡ଼ିକରେ ଡ଼ାକ୍ତରଖାନାରେ ଶଯ୍ୟା ମିଳୁନାହିଁ। ଯେଉଁଠି ଶଯ୍ୟା ମିଳୁଛି ସେଠାରେ ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ନାହିଁ। ଏହି ଦୁଇଟି ବ୍ୟବସ୍ଥା ହେବା ବେଳକୁ ଅକ୍ସିଜେନ ମିଳୁନାହିଁ। ସବୁଠାରୁ ବିଡ଼ମ୍ବନା ହେଉଛି ଦେଶର ରାଜଧାନୀ ଦିଲ୍ଲୀରେ ବି କୋଭିଡ଼ ରୋଗୀଙ୍କ ପାଇଁ ଶଯ୍ୟା ନାହିଁ, ଆଇସିୟୁ ନାହିଁ; ଏପରିକି ମୃତ୍ୟୁ ପରେ ଶ୍ମଶାନରେ ବି ସଂସ୍କାର ଲାଗି ସ୍ଥାନ ମିଳୁନାହିଁ। ଆମେରିକା ପରେ ଭାରତ କରୋନା ଦ୍ୱାରା ସର୍ବାଧିକ ସଂକ୍ରମିତ ହୋଇଛି। ଆଉ ଭାରତରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼ ପରି ରାଜ୍ୟଗୁଡ଼ିକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ସାରା ଦେଶର ସଂକ୍ରମିତଙ୍କ ସଂଖ୍ୟାର ୭୦%ରୁ ଅଧିକ ହୋଇଛି।
ଏହି ସ୍ଥିତିରେ କୋଭିଡ଼ର ପ୍ରଥମ ଲହରୀ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରୁ ସାମାନ୍ୟ ଶିକ୍ଷାଲାଭ କରିଥିଲେ ଏବେ ଦ୍ୱିତୀୟ ଲହରୀ ସମୟରେ ପରିସ୍ଥିତି ଗୁରୁତର ହୋଇ ନ ଥାନ୍ତା। ଅକ୍ସିଜେନ୍‍ ପ୍ଲାଣ୍ଟ ପ୍ରସ୍ତୁତି କ୍ଷେତ୍ରରେ ଯେପରି ତତ୍ପରତା ପ୍ରଦର୍ଶନ କରିବା କଥା ସେପରି କରାଯାଇ ନ ଥିବା ଯୋଗୁଁ ଏବେ ଭୟଙ୍କର ସ୍ଥିତି ଉପୁଜିଛି। ଦେଶରେ ୧୬୨ଟି ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯିବାର ଲକ୍ଷ୍ୟ ଗତ ୧୧ ମାସ ମଧ୍ୟରେ ମଧ୍ୟ ଫଳପ୍ରଦ ହୋଇପାରି ନାହିଁ। ୧୬୨ଟି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୩ଟି କାର୍ଯ୍ୟକ୍ଷମ ହୋଇପାରିଛି। ଏପ୍ରିଲ ମାସ ଶେଷ ସୁଦ୍ଧା ୫୯ଟି ଓ ମେ ମାସ ଶେଷ ସୁଦ୍ଧା ଆଉ ୮୦ଟି ପ୍ଲାଣ୍ଟ ସ୍ଥାପନ ଲକ୍ଷ୍ୟ ରଖାଯାଇଛି। ଏକ ପକ୍ଷରେ ଦେଶବାସୀଙ୍କୁ ପର୍ଯ୍ୟାପ୍ତ ଟିକା ମିଳୁନାହିଁ, ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଏହା ହିଁ ଦେଶ ପାଇଁ ସବୁଠାରୁବ ଡ଼ ବିପଦ ସୃଷ୍ଟି କରିଛି।
କରୋନାର ଦ୍ୱିତୀୟ ଲହର ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଦେଶର ଅର୍ଥନୀତି ଉପରେ ଦେଇଛି ପ୍ରଚଣ୍ଡ ଆଘାତ। ଅର୍ଥନୀତିର ପ୍ରାଣକେନ୍ଦ୍ର କୁହାଯାଉଥିବା ଦେଶର ମହାନଗରୀଗୁଡ଼ିକ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ପରିଣତି ସ୍ୱରୂପ ଦିଲ୍ଲୀରେ ଏକ ସପ୍ତାହ ଲକଡ଼ାଉନ ଘୋଷଣା କରାଯାଇଛି। ମହାରାଷ୍ଟ୍ର କ୍ୟାବିନେଟରେ ଲକଡ଼ାଉନ ଘୋଷଣା ନିମନ୍ତେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଯେ କୌଣସି ସମୟରେ ସେଠାରେ ଲକଡ଼ାଉନ ଘୋଷଣା କରାଯାଇପାରେ। ରାଜସ୍ଥାନ, ହରିଆଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ସ୍ଥିତି ଖରାପ ହେବାରେ ଲାଗିଛି। ଏହି ସ୍ଥିତିରେ ଦେଶର ଅର୍ଥନୀତିକୁ ବଞ୍ଚାଇ ରଖିବା ନିମନ୍ତେ ଲକଡ଼ାଉନ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ଓ ସଂଯମ ହେବାକୁ ଆହ୍ୱାନ ଦେବା ସହ କୋଭିଡ଼ ମୁକାବିଲା ନିମନ୍ତେ ପ୍ରସ୍ତୁତ ହେବାକୁ ଜିଲାପାଳମାନଙ୍କୁ ୬ ସୂତ୍ର ଆପଣେଇବାକୁ ପରାମର୍ଶ ଦେଇଛନ୍ତି।
ଜୀବନ ଖୋଜୁଛି…

Leave A Reply

Your email address will not be published.