ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୌତୁକ ପାଇଁ କଟୁରୀରେ ହାଣି ସ୍ତ୍ରୀକୁ ହତ୍ୟା କରିଥିଲା ନୃଶଂସ ସ୍ବାମୀ, ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଭଦ୍ରକ : ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍  ଆଶିଶ କୁମାର ତ୍ରିପାଠୀ ଆଜି ଏକ ହତ୍ୟା ମାମଲାର ବିଚାର କରି ବାସୁଦେବପୁର ଥାନା ଅନ୍ତର୍ଗତ ବିସୁନି ବିନ୍ଧା ଗ୍ରାମର ଅଗଣୀ ବେହେରାଙ୍କ ପୁତ୍ର ମଧୂସୁଦନ ବେହେରା (୪୫)କୁ ପିଙ୍ଗଳ କୋଡର ଦଫା ୩୦୨ରେ ଆଜୀବନ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଯଦି ଅଭିଯୁକ୍ତ ୫ ହଜାର ଟଙ୍କା ଜୋରିମାନା ପ୍ରଦାନ ନକରନ୍ତି ତେବେ ପୁଣି ୩ ମାସ ଜେଲ ଦଣ୍ଡ ଭୋଗିବେ।

ଘଟଣାଅନୁସାରେ ବିବାହ ପରେ ୨ ଗୋଟି ପିଲାର ବାପା ମଧୁସୂଦନ ନିଜର ପତ୍ନୀକୁ ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା ଦେଇ ଆସୁଥିଲେ।ଉଭୟ ସ୍ବାମୀ ସ୍ତ୍ରୀ ଗତ ୨୦୧୬ ମସିହା ଫେବୃଆରି ୧୨ ତାରିଖରେ ନିଜ ବେଡ ରୁମରେ ଶୋଇଥିବା ସମୟେ ସ୍ବାମୀ ମଧୂସୁଦନ ଖୁଲଣାକୁ ଏକ କଟୁରୀ ରେ ହାଣି ଜୀବନରୁ ମାରି ଦେଇଥିବାର ଅଭିଯୋଗ କରି ଖୁଲଣାର ଭାଇ ମନ୍ମଥ ତା ପରଦିନ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମଧୂସୁଦନ ସିମୁଳିଆ ଥାନା ଅନ୍ତର୍ଗତ ଘଇଁସିବାଟି ଗ୍ରାମର ପଞ୍ଚାନନ ଲେଙ୍କାଙ୍କ କନ୍ୟା ଖୁଲାଣାକୁ ବିବାହ କରିଥିଲେ। ବିବାହ ପରେ ୨ ଗୋଟି ପିଲାର ବାପା ମଧୁସୂଦନ ନିଜର ପତ୍ନୀକୁ ଅଧିକ ଯୌରୁକ ଦାବି କରି ନିଜ ମା ନାଣ୍ଡି ପ୍ରରୋଚନାରେ ପଡି ନିର୍ଯ୍ୟାତନା ଦେଇ ଆସୁଥିଲା।ଉଭୟ ସ୍ବାମୀ ସ୍ତ୍ରୀ ଗତ ୨୦୧୬ ମସିହା ଫେବ୍ରୁଆରି ୧୨ ତାରିଖରେ ନିଜ ବେଡ ରୁମରେ ରାତିରେ ଶୋଇଥିବା ସମୟେ ସ୍ବାମୀ ମଧୂସୁଦନ ଖୁଲଣାକୁ ଏକ ଧାରୁଆ କଟୁରୀରେ ହାଣି ଜୀବନରୁ ମାରି ଦେଇଥିବାର ଅଭିଯୋଗ କରି ଖୁଲଣାର ଭାଇ ମନ୍ମଥ ତା ପରଦିନ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କ୍ରମେ ବାସୁଦେବପୁର ଥାନା କେସ ନଂ-୪୨/୧୬ ଦଫା-୪୯୮(କ),୩୦୨,୪୦୬ ରେ ଏକ ମାମଲା ରୁଜୁ କରି ମଧୂସୂଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ମଧୂସୂଦନ ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ଥିବା ବେଳେ ନିଜର ୨ ପୁଅ ବାପା ବିରୁଦ୍ଧରେ ସାଖି ଦେଇଥିଲେ। ଏ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାଖି ନ ଥିଲେ ମଧ୍ୟ ପାରିପାର୍ଶିକ ସାକ୍ଷିମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମଧୂସୁଦନକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

Leave A Reply

Your email address will not be published.