ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲା : ମାଫିଆ ଅତିକ ଅହମ୍ମଦକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଲେ ପ୍ରୟାଗରାଜ କୋର୍ଟ

ଲକ୍ଷ୍ନୌ: ୨୦୦୬ ମସିହାରେ ବହୁଚର୍ଚ୍ଚିତ ବିଏସପି ବିଧାୟକ ରାଜୁ ପଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ମାଫିଆ ଅତିକ ଅହମ୍ମଦକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଉତ୍ତରପ୍ରଦେଶର ପ୍ରୟାଗରାଜ କୋର୍ଟ। ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାର ଶୁଣାଣି ମାର୍ଚ୍ଚ ୨୩ରେ ଶେଷ ହୋଇଥିଲା ଏବଂ ଆଜି ଏହି ଦଣ୍ଡ ଘୋଷଣା କରାଯାଇଛି।


ଏହି ମାମଲାରେ ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଖଲିଦ ଅହମ୍ମଦ ସମେତ ମୋଟ ୧୧ ଜଣ ଅଭିଯୁକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ୧୦ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯେଉଁଥିରୁ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ କୋର୍ଟ ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିକ ଅହମ୍ମଦଙ୍କ ବ୍ୟତୀତ କୋର୍ଟ ଦୀନେଶ ପାସି ଏବଂ ଖାନ୍‌ ସୟୈଲତ୍‌ ହନିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ଅତିକ ଅହମ୍ମଦ ଭାଇ ଆଶରଫ ଅହମ୍ମଦ, ଅନସର ବାବା, ଫରହାନ, ଇସରା, ଅବିଦ ପ୍ରଧାନ, ଆଶିକ ମଲ୍ଲିକ ଏବଂ ଏଜାଜ ଅଖତର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଯେଉଁଠାରେ ଜଣେ ଅଭିଯୁକ୍ତ ଅନସର ଅହମ୍ମଦଙ୍କ ମୃତ୍ୟୁ ଘଟିଛି।


୨୦୦୫ରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀୟ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ତତ୍କାଳୀନ ଜିଲା ପଞ୍ଚାୟତ ସଦସ୍ୟ ଉମେଶ ପଲ୍‌ ଏହି ହତ୍ୟାକାଣ୍ଡର ସାକ୍ଷୀ ବୋଲି ପୁଲିସକୁ କହିଥିଲେ।ଉମେଶ ପଲ୍‌ ଅଭିଯୋଗ କରିଥିଲେ ଯେ ସାକ୍ଷୀ ନଦେବାକୁ ତାଙ୍କୁ ଅତିକ୍‌ ଚାପ ପକାଇଥିଲେ। ମାତ୍ର ସେ ପଛକୁ ହଟିବାକୁ ମନା କରି ଦେଇଥିଲେ। ପରେ ତାଙ୍କୁ ୨୦୦୬ ମସିହା ଫେବ୍ରୁଆରି ମାସରେ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ତାପରେ ୨୦୦୭ ମସିହା ଜୁଲାଇ ୫ ତାରିଖରେ ତାଙ୍କ ଭାଇ ଅହମ୍ମଦ ଏବଂ ଚାରି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା।

Leave A Reply

Your email address will not be published.