ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାକିସ୍ତାନର ନୂଆ ସେନାଧ୍ୟକ୍ଷ ହେଲେ ଜେନେରାଲ ଆସିମ ମୁନିର

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍‌ କରି ସୂଚନା ମନ୍ତ୍ରୀ କହିଛନ୍ତି। ୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ବିଦାୟୀ ସେନାମୁଖ୍ୟ ୬୧ ବର୍ଷିୟ ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ ବାଜ୍‌ୱାଙ୍କଠାରୁ ନୂତନ‌ ସେନାମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ।

ସେନାଧ୍ୟକ୍ଷ ଦୌଡ଼ରେ ବହୁ ସାମରିକ ଅଧିକାରୀଙ୍କ ନାମ ଥିଲା। ତେବେ ଶେଷରେ ମୁନିରଙ୍କ ନାମରେ ମୋହର ଲାଗିଛି। ସେ ବିଦାୟୀ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ବାଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ । ଲ୍ୟୁଟନାଟ ଜେନେରାଲ ଅସିମ ମୁନିର ପାକିସ୍ତାନ ସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାକିସ୍ତାନର ସେନା ମୁଖ୍ୟ ବାଜୱାଙ୍କ ଅବସର ସମୟରେ ଜେନେରାଲ ମୁନିର ସବୁଠାରୁ ବରିଷ୍ଠ ଅଧିକାରୀ ହେବେ।

ଯେହେତୁ ସେନାବାହିନୀର ଉଭୟ ଶୀର୍ଷ ପଦବୀ ପାଇଁ ସୁପାରିଶ ନଭେମ୍ବର ପୂର୍ବରୁ ପଠାଯିବ। ତେଣୁ ସେ ସେହି ନାମରେ ଜେନେରାଲ ମୁନିରଙ୍କ ନାମ ଅନ୍ତର୍ଭୁକ୍ତ କରିବେ କି ନାହିଁ ତାହା ବାଜୱାଙ୍କ ଉପରେ ନିର୍ଭର କରେ। ମୁନିର ୨୦୧୭ରେ ଡିଜି ମିଲିଟାରୀ ଇଣ୍ଟେଲିଜେନ୍ସ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୮ ମସିହାରେ, ସେ ୮ ମାସ ପାଇଁ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇର ମୁଖ୍ୟ ରହିଥିଲେ। ଏହି ସମୟରେ, ଏହିପରି ଅନେକ କାହାଣୀ ସାମ୍ନାକୁ ଆସିଥିଲା, ଯେଉଁ କାରଣରୁ ତାଙ୍କୁ ଜଣେ ବଦନାମ ଆଇଏସଆଇ ଅଧିକାରୀ ଭାବରେ ବିବେଚନା କରାଯାଇଥିଲା ।

Leave A Reply

Your email address will not be published.