ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୃତକଙ୍କ ନାଁରେ ପଲିସି କରି ୧.୧୮ କୋଟି ଟଙ୍କା ହଡ଼ପ କରିଥିଲେ ଏଲ୍‌ଆଇସି ଏଜେଣ୍ଟ, ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ମୃତ ବ୍ୟକ୍ତିଙ୍କ ନାଁରେ ପଲିସି । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତ ହେଲେ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରା। ଖୋର୍ଦ୍ଧା ଏଲଆଇସି କାର୍ଯ୍ୟାଳୟର ଏଜେଣ୍ଟ କବିରାଜ ବେହେରା । ତାଙ୍କ ଘର ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଝଡ଼ାକଟା ଗାଁରେ ।

ଅଭିଯୋଗ ଅନୁସାରେ  କବିରାଜ ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଠକେଇ କରିଛନ୍ତି । ଚଞ୍ଚକତା କରି ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ । ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏ ସଚଳ ରଖି ପ୍ରିମିୟମ ଭରୁଥିଲେ କବିରାଜ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ କ୍ଲେମ୍ କରୁଥିଲେ । ୫ଟି ପଲିସି ଉପରେ ଡେଥ୍ କ୍ଲେମ୍ ଦ୍ୱାରା ଏଲଆଇସି ୧ କୋଟି ୧୮ ଲକ୍ଷ ଟଙ୍କା ଦେଇଛି । ଏନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଖୋର୍ଦ୍ଧା ଏଲଆଇସି ଶାଖା ପକ୍ଷରୁ ଅଭିଯୋଗ ହୋଇଥିଲା । ଖୋଳତାଡ ବେଳେ ସାଂଘାତିକ ଷଡ଼ଯନ୍ତ୍ର ସାମନାକୁ ଆସିଛି । ଧ୍ରୁତ୍ତ କବିରାଜଙ୍କ କାରନାମା ଜଣା ପଡିଛି । ରେଡ୍ ବେଳେ ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନୋମିନିଙ୍କ ଜାଲ୍ ପ୍ରମାଣପତ୍ର ଜବତ ହୋଇଛି । ଭୂତର ଦସ୍ତଖତ ସମ୍ବଳିତ କାଗଜପତ୍ର ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ଖୋଳତାଡ ଚାଲିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଭିଯୁକ୍ତ କବିରାଜ ବେହେରା ୨୦୦୩ ରୁ ଏଲଆଇସି ଏଜେଣ୍ଟ ଭାବରେ କାର୍ୟ୍ୟ କରୁଛନ୍ତି। ସେ ୨୦୧୩ ରୁ ୨୦୧୯ ମଧ୍ୟରେ ଅଭିଯୁକ୍ତ ଏହି ଜାଲିଆତି କରିଥିବା ଜଣାଯାଇଛି। ବଡ଼ କଥା ହେଉଛି ଅଭିଯୁକ୍ତ ଜଣକ ଯେଉଁ ମୃତ ବ୍ୟକ୍ତିଙ୍କ ନାଁ ରେ ନକଲି ବୀମା କରି ଥିଲେ ସେସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ନିଜେ ପରିଚଳନ କରୁଥିଲେ, ଯେଉଁଥିପାଇଁ ବୀମା ଟଙ୍କା ସହଜରେ ଉଠାଇ ପାରୁଥିଲେ। ଅଭିଯୁକ୍ତଙ୍କର ଘର ଖାନତଲାସ ବେଳେ ହଜାର ହଜାର ଲୋକଙ୍କ ଡକ୍ୟୁମେଣ୍ଟ , ଭୋଟର କାର୍ଡ, ଏଟିଏମ କାର୍ଡ , ଚେକବୁକ, ଆଧାର କାର୍ଡ, ନୋମିନି ଏବଂ ଏକାଧିକ ଲୋକଙ୍କର ସାର୍ଟିଫିକେଟ ମିଳିଛି।

Leave A Reply

Your email address will not be published.