ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିପାରେ ଏଲଜି ମୋବାଇଲ୍‌

ନୂଆଦିଲ୍ଲୀ : ଆଉ ଗ୍ରାହକଙ୍କୁ ମିଳି ନ ପାରେ ଏଲଜି ସ୍ମାର୍ଟଫୋନ୍‌। ଦକ୍ଷିଣ କୋରିଆ ଭିତ୍ତିକ ଏହି କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। କାରଣ କମ୍ପାନୀ ଏବେ ଏହାର ସ୍ମାର୍ଟଫୋନ୍‌ ଡିଭିଜନ୍‌ର କର୍ମଚାରୀଙ୍କୁ  ଅନ୍ୟ ବିଭାଗକୁ ସ୍ଥାନାନ୍ତର କରୁଥିବା ସୂଚନା ମିଳିଛି। ଏଳ୍‌ଜିର ମୋବାଇଲ ଭେଞ୍ଚରକୁ କିଣିବାକୁ କମ୍ପାନୀ ଏବେ ଗ୍ରାହକ ସନ୍ଧାନରେ ରହିଥିବା ଜଣାଯାିଛି।

ବିଗତ କିଛି ବର୍ଷ ହେବ ପ୍ରଚୁର କ୍ଷତିରେ ଚାଲିଥିବା କମ୍ପାନୀ ନିଜର ମୋବାଇଲ୍‌ ୟୁନିଟ୍‌କୁ ବିକ୍ରି କରି ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦିନ ଥିଲା ସର୍ବଦା କିଛି ନା କିଛି ନୂଆ ଟେକ୍ନୋଲୋଜି ସହ ବଜାରକୁ ଆସୁଥିବା ଏଲଜି ମୋବାଇଲ୍‌ ଗ୍ରାହକଙ୍କ ପ୍ରିୟ ରହିଥିଲା। ଚାଇନର କମ୍ପାନୀଗୁଡିକ କମ୍‌ ଦାମରେ ମୋବାଇଲ୍‌ ବଜାରକୁ ଆଣିବା ପରେ ପ୍ରତିଦ୍ବନ୍ଦିତାମୂଳକ ବଜାରରେ କମ୍ପାନୀ ତିଷ୍ଠିପାରୁନାହିଁ। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଲଜି ଖୁବଶୀଘ୍ର  ଏହାର ମୋବାଇଲ ଫୋନ୍‌ ୟୁନିଟ୍‌କୁ ବ୍ରିକ୍ରି କରିବା ବଦଳରେ ବନ୍ଦ କରିପାରେ। କମ୍ପାନୀ ପକ୍ଷରୁ ଭିଏତନାମର ଓ୍ବେନଗ୍ରୁପ୍‌ ଏବଂ ଜର୍ମାନୀ ଫକ୍ସଓ୍ବାଗନ ଏଜି ସହ ଆଲୋଚନା ହୋଇଥିଲା।

Leave A Reply

Your email address will not be published.