ସୁଖନିଦ୍ରା ପାଇଁ କ’ଣ ରହିଛି ପେଙ୍ଗସୁଇ ଟିପ୍ପ, ଆସନ୍ତୁ ଜାଣିବା….

ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ବାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ ହେଉଛି –
♦ ପେଙ୍ଗସୁଇ ଅନୁଯାୟୀ, ଶୟନକକ୍ଷରେ ବିଦ୍ୟୁତ୍ ଉପକରଣ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ, ଯାହାକି ଅନିଦ୍ରାର ଏକ ପ୍ରମୁଖ କାରଣ
♦ ସକାରାତ୍ମକ ଶକ୍ତି ଓ ସୁଖନିଦ୍ରା ପାଇଁ ଶୟନକକ୍ଷରେ ଲାଫିଙ୍ଗ୍ ବୁଦ୍ଧଙ୍କ ଏକ ମୂର୍ତ୍ତି ରଖନ୍ତୁ । ଏହା ମନକୁ ଶାନ୍ତ ରଖିବା ସହ ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ।
♦ ଶୟନ କକ୍ଷର ରଙ୍ଗ ମଧ୍ୟ ନିଦକୁ ପ୍ରଭାବିତ କରିଥାଏ । ଶୟନ କକ୍ଷର କାନ୍ଥର ରଙ୍ଗ ହାଲ୍କା ରହିବା ସହ ବେଡ଼ସିଟ୍ର ରଙ୍ଗ ଗାଢ଼ ହେବା ଉଚିତ | ଲାଲ୍ ଓ ଗୋଲାପି ରଙ୍ଗର ବେଡସିଟ୍ ସୁନିଦ୍ରା ପାଇଁ ଭଲ ହୋଇଥାଏ।
♦ ଅତ୍ୟଧିକ ଉଜ୍ଜ୍ୱଳ ଆଲୋକରେ ଶୋଇବା ଦ୍ବାରା ନିଦରେ ବାଧା ଆସିଥାଏ। ତେଣୁ ଶୟନ କନ୍ଧରେ ଜିରୋ ପାୱାର ଲାଇଟ୍ର ପ୍ରୟୋଗ କରନ୍ତୁ।