ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ୍‌ ଖେଳୁଥିବା ୧୦ ଦଳ ମଧ୍ୟରୁ କେଉଁ ଅଧିନାୟକଙ୍କ ବୟସ କେତେ, ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ(ଏଜେନ୍ସି): ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ଲିଗ୍ ଆଇପିଏଲ୍‌ର ୧୬ତମ ସଂସ୍କରଣ। ଅଂଶଗ୍ରହଣକାରୀ ୧୦ ଦଳ ସେମାନଙ୍କ ପ୍ରସ୍ତୁତି ଶେଷ କରିସାରିଛନ୍ତି। ଚାରିଥରର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ତେବେ ଆପଣ ଜାଣିଛନ୍ତି କି ଏହି ସଂସ୍କରଣରେ ଆଇପିଏଲ୍‌ ଖେଳୁଥିବା ୧୦ ଦଳ ମଧ୍ୟରୁ କେଉଁ ଅଧିନାୟକଙ୍କ କେତେ ବୟସ । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା…

ଆଇପିଏଲ୍‌ର ଏହି ସଂସ୍କରଣରେ ସମସ୍ତ ୧୦ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି ସବୁଠାରୁ ବୟସ୍କ ଅଧିନାୟକ ବିବେଚିତ ହେଉଛନ୍ତି। ଚେନ୍ନାଇର ନେତୃତ୍ୱ ନେଉଥିବା ଧୋନିଙ୍କ ବୟସ ବର୍ତ୍ତମାନ ୪୧ ବର୍ଷ ଚାଲିଛି। ଆସନ୍ତା ଜୁଲାଇରେ ସେ ୪୨ ବର୍ଷରେ ପାଦ ଥାପିବେ। ସେହିଭଳି ଚଳିତ ଆଇପିଏଲ୍‌ରେ ଏକମାତ୍ର ଅଧିନାୟକ ଭାବେ ଧୋନିଙ୍କ ବୟସ ୪୦ ପାର୍ ହୋଇଛି। ଆଉ ୫ଜଣ ଅଧିନାୟକଙ୍କ ବୟସ ୩୦ କିମ୍ବା ଏହାଠାରୁ କମ୍। ବଳକା ୪ଜଣ ଅଧିନାୟକଙ୍କ ବୟସ ୩୦ରୁ ୪୦ ବର୍ଷ ମଧ୍ୟରେ ରହିଛି।

ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେଉଥିବା ସଞ୍ଜୁ ସାମସନ ଆଇପିଏଲ୍-୨୦୨୩ ରେ ସବୁଠାରୁ ଯୁବ ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସଞ୍ଜୁଙ୍କ ବୟସ ବର୍ତ୍ତମାନ ୨୮। ଅବଶ୍ୟ ସନରାଇଜର୍ସ ହାଇଦ୍ରାବାଦ୍ର ନେତୃତ୍ୱ ନେଉଥିବା ଆଇଡେନ ମାର୍କରାମଙ୍କ ବୟସ ମଧ୍ୟ ସାମନ ୨୮। କିନ୍ତୁ ମାର୍କରାମ ୧୯୯୪ ଅକ୍ଟୋବରରେ ଜନ୍ମ ହୋଇଥିବାବେଳେ ଏହାର ଗୋଟିଏ ମାସ ପରେ ସାମସନ ଜନ୍ମ ହୋଇଥିଲେ। ତେଣୁ ସାମସନ ଚଳିତ ଆଇପିଏଲ୍ ର ସବୁଠାରୁ କନିଷ୍ଠ ଅଧିନାୟକ ହୋଇଛନ୍ତି।

ପୁରୁଣା ଅଧିନାୟକ

ଆଇପିଏଲ୍ ଇତିହାସରେ ଧୋନି ସବୁଠାରୁ ପୁରୁଣା ଅଧିନାୟକ ହେବାର ରେକର୍ଡ ବହନ କରୁଛନ୍ତି। ୨୦୦୮ରେ ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ ହିଁ ସେ ଚେନ୍ନାଇ ଦଳର ନେତୃତ୍ୱ ନେଇଆସୁଛନ୍ତି। ଗତବର୍ଷ ଅବଶ୍ୟ ପ୍ରାରମ୍ଭରୁ ରବୀନ୍ଦ୍ର ଜାଡେଜାଙ୍କୁ ଚେନ୍ନାଇର ଅଧିନାୟକ ନିଯୁକ୍ତ କରାଯାଇଥିଲା। କିନ୍ତୁ ଏହି ସଂସ୍କରଣ ଅଧାରୁ ଜାଡେଜା ଏହି ଗୁରୁଦାୟିତ୍ୱ ପୁଣିଥରେ ଧୋନିଙ୍କୁ ସମର୍ପିତ କରିଦେଇଥିଲେ। ସେହିଭଳି ଫିକ୍ସିଂ ମାମଲାରେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଚେନ୍ନାଇ ବାସନ୍ଦ ହେବାପରେ ଧୋନି ନବାଗତ ରାଇଜିଂ ପୁଣେ ସୁପ ର୍‌ ଜ୍ୟାଣ୍ଟସର ଅଧିନାୟକ ରହିଥିଲେ।

Leave A Reply

Your email address will not be published.