ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୀତଦିନେ କିପରି ନେବେ ନିଜ ତ୍ବଚାର ଯତ୍ନ, ଆସନ୍ତୁ ଜାଣିବା….

ଶୀତଦିନ ଆସିଲେ ତ୍ବଚାର ଜଳୀୟ ଅଂଶ କମିଯିବା ଯୋଗୁଁ ତ୍ବଚା ଶୁଷ୍କ ହୋଇଯାଏ। ଶୁଷ୍କ ତ୍ବଚା ଯୋଗୁଁ ଲୋମମୂଳରେ, କାଖରେ, କେଶରେ ରୁପି ଭଳି ଚର୍ମ ସମସ୍ୟା ହୋଇଥାଏ, ଯାହାଫଳରେ କୁଣ୍ଡେଇ ହୋଇ ଲାଲ୍‌ ପଡ଼ିଯାଏ। ଅନେକ ସମୟରେ କୁଣ୍ଡାଇ ହେଉଥିବା ସ୍ଥାନରେ ବଡ଼ ବଡ଼ ଲାଲ୍‌ ପ୍ୟାଚ୍‌ ଭଳି ଦାଗ ହୋଇଯାଏ। ଚର୍ମ ବାହାରିବା ପରି ଦେଖାଯାଏ। ଏହି ସମୟରେ ଛୋଟ ପିଲାଙ୍କ କ୍ଷେତ୍ରରେ ଥଣ୍ଡାକାଶ ଓ ତ୍ବଚା କୁଣ୍ଡେଇ ହେବା ଆଦି ସମସ୍ୟା ଦେଖାଯାଇଥାଏ। ଶୀତଦିନେ ଦେଖାଯାଉଥିବା ସମସ୍ୟା ଓ ଏହାର ଉପଚାର ସମ୍ପର୍କରେ ଆସନ୍ତୁ ଜାଣିବା-

ଶୀତଦିନେ ପାଦ, ହାତ, ଓଠ ଓ ଗୋଇଠି ଫାଟିବା ଆଦି ଏକ ସାଧାରଣ ସମସ୍ୟା। ଶରୀରର କିଛି ଅଂଶରେ ତ୍ବଚା ଶୁଷ୍କ ହୋଇ ବାହାରିଥାଏ। ଯେଉଁମାନଙ୍କୁ ଥଣ୍ଡାକାଶ ଅଧିକ ହୁଏ, ସେମାନଙ୍କ କ୍ଷେତ୍ରରେ ଏ ପ୍ରକାର ତ୍ବଚା ରୋଗ ଅଧିକ ହୋଇଥାଏ। ଥାଇରଏଡ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଏହିସବୁ ସମସ୍ୟା ବଢ଼ିଯାଏ। ସୋରିଆସିସ୍‌ ରୋଗ ମଧ୍ୟ ଶୀତଦିନରେ ଅଧିକ ହୋଇଥାଏ। ଏହାର ବିଭିନ୍ନ ପ୍ରକାରଭେଦ ରହିଛି। ଏହି ରୋଗରେ ଶରୀରରୁ ମାଛକାତି ଭଳି ଚର୍ମ ବାହାରିଥାଏ। ହଷ୍ଟେଲ୍‌ରେ ରହୁଥିବା ପିଲାମାନଙ୍କ କ୍ଷେତ୍ରରେ ଶୀତଦିନରେ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ଗୋଟିଏ କମ୍ବଳ ଘୋଡ଼ି ହୋଇ ଶୋଇବା ଓ ପାଖାପାଖି ଶୋଇବା ଦ୍ବାରା ତ୍ବଚା ସଂକ୍ରମଣ ହେବା ଆଶଙ୍କା ଥାଏ। ଏହାବାଦ୍‌ ମୂତ୍ର ସଂକ୍ରମଣ ଓ ଶୁଖିଲା କୁଣ୍ଡିଆ ସମସ୍ୟା ମଧ୍ୟ ଦେଖାଯାଇପାରେ। ଶୀତଦିନରେ ଭଲ ଭାବେ ନ ଗାଧୋଇବା ଓ ଗୋଟିଏ ଡ୍ରେସ୍‌ ପିନ୍ଧି ୨-୩ ଦିନ ରହିବା କାରଣରୁ ଯାଦୁ ଭଳି ତ୍ବଚା ସମସ୍ୟା ଦେଖାଯାଏ। ଏକ୍‌ଜିମା ମଧ୍ୟ ଏହି ସମୟରେ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥାଏ।

ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ଶୀତଦିନରେ ଗରମ ପାଣିରେ ଗାଧାନ୍ତୁ ନାହିଁ। କାରଣ ଗରମପାଣି ଦ୍ବାରା ତ୍ବଚା ଆହୁରି ଶୁଷ୍କ ହୋଇଯାଏ। ତୈଳାକ୍ତ ତ୍ବଚାକୁ ବାଦ୍‌ ଦେଇ ଶୁଷ୍କ ଓ ସାଧାରଣ ତ୍ବଚାଯୁକ୍ତ ବ୍ୟକ୍ତି ଶରୀରରେ ତେଲ ଲଗାଇବା ଉଚିତ। ଏହିସମୟରେ ଯେତେସମ୍ଭବ ଆଣ୍ଟି ଡେନ୍‌ଡ୍ରଫ୍ ସାମ୍ପୁ ବ୍ୟବହାର କରନ୍ତୁ। ଓଠ ଓ କେଶ ପ୍ରତି ବିଶେଷ ଯତ୍ନ ନିଅନ୍ତୁ। କ୍ରିମ୍‌ଯୁକ୍ତ ବଡିଲୋସନ୍‌ ଲଗାନ୍ତୁ। ସବୁଠାରୁ ବଡ଼ କଥା ହେଲା ଅଧିକରୁ ଅଧିକ ପାଣି ପିଅନ୍ତୁ। ସଫାସୁତରା ରୁହନ୍ତୁ। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଅନ୍ୟ କାହାର ପୋଷାକ ବା ବ୍ୟବହାର୍ଯ୍ୟ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଯେ କୌଣସି ତ୍ବଚା ସମସ୍ୟାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Leave A Reply

Your email address will not be published.