ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତୁ ଜାଣିବା….ନୂତନ ଗୃହ ନିର୍ମାଣ ପାଇଁ କ’ଣ ରହିଛି ବାସ୍ତୁ ନିୟମ

ବାସ୍ତୁ ନିୟମ ଅନୁସାରେ ଗୃହନିର୍ମାଣ କରିବା ଉଚିତ। ଘରର ମୁଖ୍ୟ ଦ୍ବାର ସହିତ କେଉଁ କୋଠରି କେଉଁ ଦିଗରେ ରହିବା ଆବଶ୍ୟକ, ତାହାକୁ ନେଇ ଅନେକ ବାସ୍ତୁ ନିୟମ ଅଛି। ଯଥା –

  • ପୂର୍ବ

    ପୂର୍ବଦିଗ ସକାରାତ୍ମକ ଶକ୍ତି ସହିତ ଜଡ଼ିତ। ତେଣୁ ଘରର ମୁଖ୍ୟ କବାଟ ବା ଗେଟ୍‌ ପୂର୍ବ ଦିଗରେ ରହିବା ଉଚିତ। ମୁଖ୍ୟ ଝରକା ମଧ୍ୟ ପୂର୍ବ ଦିଗରେ ରହିବା ଭଲ।

  • ପଶ୍ଚିମ

    ରୋେଷଇ ଘର କିମ୍ବା ଟଏଲେଟ୍‌ ପଶ୍ଚିମ ଦିଗରେ ରଖନ୍ତୁ।

  • ଉତ୍ତର

    ଏହି ଦିଗରେ ଘରର କବାଟ ଓ ଝରକା ରହିବା ଆବଶ୍ୟକ। ଘରର ବାଲକୋନି ବା ୱାସ୍ ବେସିନ୍‌ ମଧ୍ୟ ଏହି ଦିଗରେ ରହିବା ଭଲ। ଚୁମ୍ବକୀୟ ବସ୍ତୁ ଏହି ଦିଗରେ ରଖିଲେ ଉତ୍ତମ।

  • ଦକ୍ଷିଣ

    ଦକ୍ଷିଣ ଦିଗରେ କୌଣସି ଖୋଲା ସ୍ଥାନ ବା ଶୌଚାଳୟ ରହିବା ଉଚିତ ନୁହେଁ। ଏହି ଦିଗରେ କବାଟ କିମ୍ବା ଝରକା ରଖନ୍ତୁ ନାହିଁ।

  • ଉତ୍ତର-ପୂର୍ବ

    ଏହି ଦିଗରେ ବୋରିଂ, ସୁଇମିଂ ପୁଲ୍‌, ପୂଜାସ୍ଥଳ ଆଦି ରଖିବା ଉଚିତ।

  • ଉତ୍ତର-ପଶ୍ଚିମ

    ଏହି ଦିଗରେ ଶୟନ କକ୍ଷ, ଗ୍ୟାରେଜ୍ ରଖିବା ଉତ୍ତମ ବୋଲି ବିଚାର କରାଯାଏ।

  • ଦକ୍ଷିଣ-ପୂର୍ବ

    ଏହି ଦିଗରେ ଗ୍ୟାସ୍‌, ବଏଲର୍‌, ଟ୍ରାନ୍ସଫର୍ମର୍‌ ଆଦି ରଖିପାରିବେ।

  • ଦକ୍ଷିଣ-ପଶ୍ଚିମ

    ଏହି ଦିଗରେ କବାଟ ଓ ଝରକା ଆଦି ରହିବା ଉଚିତ ନୁହେଁ। ଘରର ମୁଖ୍ୟ ବ୍ୟକ୍ତିଙ୍କ କୋଠରି ଏହି ଦିଗରେ ନିର୍ମାଣ କରିପାରିବେ। କ୍ୟାସ୍‌ କାଉଣ୍ଟର୍‌ ବା ମେସିନ୍‌ ସମ୍ପର୍କିତ ଜିନିଷ ଏହି ଦିଗରେ ରଖିବା ଉଚିତ।

Leave A Reply

Your email address will not be published.