bitcoin
Bitcoin (BTC) 2,353,779.32 2.37%
ethereum
Ethereum (ETH) 158,492.37 2.68%
tether
Tether (USDT) 77.90 0.04%
bnb
BNB (BNB) 24,946.31 1.97%
usd-coin
USD Coin (USDC) 77.97 0.01%
xrp
XRP (XRP) 33.05 2.34%
binance-usd
Binance USD (BUSD) 77.97 0.07%
cardano
Cardano (ADA) 42.25 2.53%
solana
Solana (SOL) 4,083.92 3.89%
dogecoin
Dogecoin (DOGE) 6.72 1.06%

ମେ ପହିଲାରୁ ସକାଳ ୬ରୁ ପାଠପଢ଼ା ; ସମୟ ପରିବର୍ତ୍ତନ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର : ମେ’ ପହିଲାରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼଼ା ଚାଲୁ ରହିବ ବୋଲି ଗଣଶିକ୍ଷା ବିଭାଗ ଶନିବାର ନିଷ୍ପତ୍ତି ନେଇଛି। ତେବେ ଏହି ସମୟ ସାରଣୀକୁ ବିରୋଧ କରିଛି ପ୍ରାଥମିକ ଶିକ୍ଷକ ସଂଘ। ସଂଘର ସଭାପତି ଭୁବନାନନ୍ଦ ମହାରଣା କହିଛନ୍ତି ଯେ, କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ଲର୍ଣ୍ଣଂ ରିକଲରି ପ୍ରୋଗ୍ରାମ ମାଧ୍ୟମରେ ଭଗଣା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ପିଜି ଶ୍ରେଣୀର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ବିଦ୍ୟାଳୟସ୍ତରରେ ସରକାର ଶିକ୍ଷାଦାନ କରିବାକୁ ନିଷ୍ପତ୍ତିନେଇଛନ୍ତି। ସକାଳ ୬ଟାରୁ ପ୍ରଥମ ଶ୍ରେଣୀର ପିଲାମାନେ କିପରି ବିଦ୍ୟାଳୟକୁ ଆସିପାରିବେ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷାଦାନ ସମୟକୁ ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ସଂଘ ଦାବି କରିଛି।

୨ବର୍ଷ ଧରି କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାକୁ ମେ ପହିଲାରୁ ଜୁନ ୬ ତାରିଖ ଅର୍ଥାତ୍‍ ମାତ୍ର ୩୫ ଦିନ ମଧ୍ୟରେ ରିକଭରି କରିବା ଆଦୌ ସଫଳ ହୋଇପାରିବ ନାହିଁ ବୋଲି ସଂଘ ଯୁକ୍ତି ବାଢିଛି। ବିଭାଗରେ ତୃତୀୟ ପକ୍ଷ ଦ୍ୱାରା ବ୍ରିଜ କୋର୍ସ ଶିକ୍ଷାଦାନର ତଦାରଖ କରାଗଲେ ନିଯୁକ୍ତ ହୋଇଥିବା ସିଆରସିସି, ବିଆରସିସି, ବିଇଓ, ଡିଇଓ ଓ ଅନ୍ୟ ପଦାଧିକାରୀମାନେ କଣ କରିବେ ବୋଲି ସଂଘ ପ୍ରଶ୍ନ କରିଛି। ତେବେ ମେ ପହିଲାରୁ ଜୁନ୍‍ ୬ ତାରିଖ ପର୍ଯ୍ୟନ୍ତ ବ୍ରିକ କୋର୍ସ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସକାଳ ୬ଟା ବଦଳରେ ୬.୩୦ରୁ ୯ଟା କରିବା ପାଇଁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ଦାବି କରିଛନ୍ତି।

Leave a comment