ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଘ- ମଣିଷ ଲଢେଇ, ପରିବାରକୁ ବଞ୍ଚାଇବା ପାଇଁ ବାଡେଇ ବାଡେଇ ମାରିଲେ ବାଘକୁ

ବେଙ୍ଗାଲୁର: ବାଘ ଓ ମଣିଷ ମଧ୍ଯରେ ଚାଲିଥିବା ଲଢେଇର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ଯକ୍ତି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ରକ୍ତାତ ହୋଇ ବଘ ସହ ଲଢୁଛନ୍ତି।

ସୂଚନା ଅନୁଯାୟୀ, ବଘ ସହ ଲଢୁଥିବା ବ୍ଯକ୍ତ ଜଣଙ୍କ ନାଁ ରାଜଗୋପାଳ ନାଏକ। ସେ କର୍ଣ୍ଣାଟକର ଆରାସିକେରେ ତାଲୁକର ବନ୍ଦେକେରେ ବାସିନ୍ଦା। ରାଜଗୋପାଳ  ୧୮୦ କିମି ଦୂର ବାଙ୍ଗାଲୋରରୁ ବାଇକ୍‌ ଯୋଗେ ତାଙ୍କ ପତ୍ନୀ ଓ ଝିଅଙ୍କ ସହିତ ନିଜ ଘରକୁ ଫେରୁଥିଲେ। ରାସ୍ତାରେ ଯାଉଥିବା ସମୟରେ ଏକ ନିଛାଟିଆ ରାସ୍ତାରେ ଏକ ବସ୍‌ ଠିଆ ହୋଇଥିଲା। ରାଜଗୋପାଳ ଯେତେବେଳେ ବସଟିକୁ ଅତିକ୍ରମ କରିଥିଲେ ସେତିକିବେଳେ ବସ୍‌ ପଛରେ ଲୁଚି ରହିଥିବା ଚିତାବାଘଟି ଆକ୍ରମଣ କରିଥିଲା।ଚିତାବାଘ ପ୍ରଥମେ ରାଜଗୋପାଳଙ୍କ ଝିଅଙ୍କୁ ଆକ୍ରମଣ କରିଥିଲା। ଏହାପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା ବାଘ। ଠିକ୍‌ ଏହି ସମୟରେ ରାଜଗୋପଳ ସାହସ ଜୁଟାଇ ବାଘର ବେକକୁ ଯାବୁଡ଼ି ଧରିଥିଲେ। ତାପରେ ରାଜଗୋପାଳ ବାଘର ମୁଣ୍ଡକୁ ଆଘାତ କରିଥିଲେ। ଏହି ସମୟରେ ବାଘଟି ବାରମ୍ଭାର ଖସି ଯିବାକୁ ଚେଷ୍ଟା କରିଥିବା ସତ୍ତ୍ବେ ବିଫଳ ହୋଇଥିଲା। ପରିଶେଷରେ ବାଘଟି ମୃତ୍ୟୁବରଣ କରିଥିଲା। ବାଘଟିର ମୃତ୍ୟୁ ପରେ ରାଜଗୋପାଳ ସେହି ସ୍ଥାନରେ ବସିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.