bitcoin
Bitcoin (BTC) 2,292,343.29 0.82%
ethereum
Ethereum (ETH) 142,204.34 6.38%
tether
Tether (USDT) 77.66 0.13%
usd-coin
USD Coin (USDC) 77.74 0.19%
bnb
BNB (BNB) 24,114.75 5.23%
xrp
XRP (XRP) 30.79 2.72%
binance-usd
Binance USD (BUSD) 77.82 0.49%
cardano
Cardano (ADA) 37.50 6.62%
solana
Solana (SOL) 3,436.77 8.73%
dogecoin
Dogecoin (DOGE) 6.12 5.45%

ମହଙ୍ଗା ମାଡ଼: ଅତିଷ୍ଠ ହେଲେଣି ଖାଉଟି, ତାତି ସାଙ୍ଗକୁ ବଢୁଛି ଲେମ୍ବୁ ଦର

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ଯରେ ଏବେ ଲେମ୍ବୁ ଦର ଆକାଶଛୁଆଁ ହୋଇଛି। ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଲେମ୍ବୁର ଚାହିଦା ବଢିବାରେ ଲାଗିଛି। ଏଭଳି ସ୍ଥିତରେ ଲେମ୍ବୁ ଦର ବୃଦ୍ଧି ପାଇବାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିଛି।  ଚୈତ୍ର ନବରାତ୍ରି ଓ ରମଜାନ ସମୟରେ ଲେମ୍ବୁ ଦର ବୃଦ୍ଧି ଗଭୀର ଜନ ଅସନ୍ତୋଷ ସୃଷ୍ଟି କରିଛି । ଗୁଜରାଟ, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ଲେମ୍ବୁ ଦର ଅହେତୁକ ଭାବେ ବଢିଛି। ଦକ୍ଷିଣ ଭାରତରେ ବି ସମାନ ସ୍ଥିତି ରହିଛି।

ପଶ୍ଚିମ ଓ ଉତ୍ତର ଭାରତରେ ଲେମ୍ବୁ ଦର ଏବେ କିଲୋ ପ୍ରତି ୨ ଶହ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ସେହିଭଳି ଦିଲ୍ଲୀ ଭଳି ସହରରେ ଲେମ୍ବୁ କିଲୋ ପ୍ରତି ୭୦ରୁ ୪୦୦ ଟଙ୍କାରେ ପହଞ୍ଚିଛି। ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ ହୋଇଥିବା ବେଳେ ଖରା ତାତି ସାଙ୍ଗକୁ ଏବେ ଦାଉ ସାଧିଛି ଲେମ୍ବୁ ଦର।

Leave a comment