ଜାଣନ୍ତୁ ଅଂଶୁଘାତ ବା ସନ୍‌ଷ୍ଟ୍ରୋକ୍‌ ହେଲେ କିପରି କରିବେ ଚିକିତ୍ସା….

ବିଶ୍ବ ତାପମାତ୍ରାରେ ବୃଦ୍ଧି ହେତୁ ଖରାଦିନିଆ ରୋଗ ମଧ୍ୟରେ ଲୁ ବା ଅଂଶୁଘାତର ଖବର ବହୁଳ ଭାବେ ଶୁଣିବାକୁ ମିଳୁଛି। ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍ ବା ୯୮.୬ ଡିଗ୍ରୀ ଫାରେନ୍‌ହାଇଟ୍‌ ଥିଲେ, ସ୍ବାଭାବିକ ଜୀବନଚର୍ଯ୍ୟା ହୋଇଥାଏ। ମସ୍ତିଷ୍କରେ ଥିବା ହାଇପୋଥାଲାମସ୍‌ ଦ୍ବାରା ଏହା ନିୟନ୍ତ୍ରଣ ହୁଏ। ଯେତେେବଳେ ଗ୍ରୀଷ୍ମ ପ୍ରବାହ ଦ୍ବାରା ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇ ୪୪ ଡିଗ୍ରୀ ସେଲ୍‌ସିୟସ୍ ବା ୧୦୬ ଡିଗ୍ରୀ ଫାରେନ୍‌ହାଇଟ୍‌ ହୋଇଯାଏ, ସେତେେବେଳ ଯଦି ହାଇପୋଥାଲାମସ୍ ଶରୀରର ତାପମାତ୍ରାକୁ ହ୍ରାସ କରିବାରେ ବା ନିୟନ୍ତ୍ରଣ କରିବାରେ ବିଫଳ ହେଲା, ତା’ହେଲେ ସନ୍‌ଷ୍ଟ୍ରୋକ୍‌ ହୋଇଥାଏ। ତେବେ ତିନୋଟି ଚିକିତ୍ସା ପଦ୍ଧତି ମାଧ୍ୟମରେ ଅଂଶୁଘାତର ପ୍ରତିକାର କରିପାରିବେ।

ହୋମିଓପାଥି (ସାରଦା ପ୍ରସନ୍ନ ପରିଡ଼ା)

ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ସର୍ବପ୍ରଥମେ ମୁଣ୍ଡଧୋଇବା ସହ ଓଦା ଗାମୁଛାରେ ଶରୀରକୁ ଭଲ ଭାବେ ପୋଛି ଦିଅନ୍ତୁ। ପଇଡ଼ପାଣି ଏବଂ ଓଆର୍‌ଏସ୍‌ ପାଣି ପିଇବାକୁ ଦିଅନ୍ତୁ। ନିକଟସ୍ଥ ମେଡିକାଲ୍‌କୁ ନେଇଯାଆନ୍ତୁ। ହୋମିଓପାଥିରେ ଅଂଶୁଘାତ ରୋଗୀର ଲକ୍ଷଣକୁ ଦେଖି ଔଷଧ ଦେବାକୁ ହୁଏ। ତେବେ ଅଂଶୁଘାତର ଉପଶମ ପାଇଁ ‘ଗ୍ଲୋନାଇନ୍’, ଜେଲ୍‌ସିମିୟମ୍‌, ବେଲାଡୋନା, ଓପିଅମ୍‌ ଭଳି କିଛି ଔଷଧ ରହିଛି। କିନ୍ତୁ ଅଂଶୁଘାତ ରୋଗୀର ଲକ୍ଷଣ ଓ ବୟସ ଅନୁଯାୟୀ ଔଷଧ ଭିନ୍ନ ହୋଇଥାଏ। ତେଣୁ ଡାକ୍ତରଙ୍କ ସହିତ ପରାମର୍ଶ ନକରି ଉପରୋକ୍ତ କୌଣସି ଔଷଧ ଖାଆନ୍ତୁ ନାହିଁ। ବାହାରକୁ ଯିବା ସମୟରେ ପ୍ରଚୁର ପାଣି ପିଅନ୍ତୁ ଏବଂ ଢିଲା ଓ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଛୋଟପିଲା, ବୟସାଧିକ୍ୟ ଲୋକ ଓ ଗର୍ଭବତୀଙ୍କୁ ଖରାଦିନରେ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ।

ଆୟୁର୍ବେଦ( ଗୋପାଳ ଚନ୍ଦ୍ର ପାତ୍ର)

ଅଂଶୁଘାତ ପାଇଁ ଆୟୁର୍ବେଦରେ ଅନେକ ଔଷଧ ରହିଛି। କିନ୍ତୁ, ପ୍ରଥମେ ଅଂଶୁଘାତ କିଭଳି ନ ହେବ ତାହାକୁ ଜାଣିବା ଆବଶ୍ୟକ। ପିଆଜ ରସକୁ ବାହାର କରି ହାତ ପାପୁଲି ଓ ପାଦ ତଳେ ଲଗାନ୍ତୁ। ଧନିଆ ଓ ପୁଦିନା ଜୁସ୍ କରି ପିଅନ୍ତୁ। ଅଁଳାକୁ ଛେଚି ସେଥିରେ ମହୁ ମିଶାଇ ଦିନରେ ଦିନକୁ ଦୁଇରୁ ତିନି ଥର ସେବନ କରନ୍ତୁ। ବିଭିନ୍ନ ଫଳକୁ ଅଧÒକ ମାତ୍ରାରେ ଖାଦ୍ୟରେ ସାମିଲ କରନ୍ତୁ। ଲେମ୍ବୁ ପାଣି ପିଅନ୍ତୁ। ବାହାରକୁ ଯିବା ସମୟରେ ଛତା ବ୍ୟବହାର କରନ୍ତୁ ଏବଂ ମସଲାଜାତୀୟ ଗରିଷ୍ଠ ଖାଦ୍ୟରୁ ଦୂରେଇ ରୁହନ୍ତ। କଞ୍ଚାଆମ୍ବର ରସକୁ ବାହାର କରି ପାଣି ସହିତ ମିଶାଇ ପିଅନ୍ତୁ।

ଏଲୋପାଥି (ଗିରିଶଚନ୍ଦ୍ର ବେହେରା)

ସନ୍‌ଷ୍ଟ୍ରୋକ୍‌ ହେଲେ ତୁରନ୍ତ ରୋଗୀକୁ ଥଣ୍ଡାପାଣିରେ ଗାଧୋଇ ଦିଅନ୍ତୁ ଏବଂ ହସ୍ପିଟାଲ୍‌ ନେଇଯାଆନ୍ତୁ। ଆବଶ୍ୟକ ହେଲେ ରୋଗୀକୁ ଇଞ୍ଜେକ୍‌ସନ୍‌ ମଧ୍ୟ ଦେବାକୁ ହୁଏ। ଅନେକ ସ୍ଥଳରେ ଅଂଶୁଘାତ ମାରାତ୍ମକ ହୋଇପାରେ। ତେଣୁ ଅଂଶୁଘାତ ନହେବା ପାଇଁ ଚେଷ୍ଟା କରିବା ଦରକାର। ଘରୁ ବାହାରକୁ ଯିବା ସମୟରେ ଆଲ୍‌କାସଲ୍‌ ପାଣି ପିଇବା ଉଚିତ। ଏହା ବ୍ୟତୀତ ଗ୍ଲୁକୋଜ୍‌ ପାଣି ମଧ୍ୟ ଲାଭଦାୟକ। ଅଧିକରୁ ଅଧିକ ପାଣି ପିଅନ୍ତୁ। ବୃଦ୍ଧ ଓ ଶିଶୁମାନଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ଜଙ୍କ୍‌ଫୁଡ୍‌ ଖାଆନ୍ତୁ ନାହିଁ।

Leave a comment