ଲକ୍ଷ୍ମୀପୁର ହିଂସା : ଆସନ୍ତାକାଲି ସୁଦ୍ଧା ‘ଷ୍ଟାଟସ୍‌ ରିପୋର୍ଟ’ ଦାଖଲ କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲଖିମପୁର ହିଂସା ଘଟଣାରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ମାମଲାରେ ଅଭିଯୁକ୍ତ କିଏ, କାହା ବିରୋଧରେ ହୋଇଛି ମାମଲା ଓ କାହାରିକୁ ଗିରଫ ହୋଇଛି କି ନାହିଁ ଜାଣିବାକୁ ଚାହିଁଲେ ସବୋର୍ଚ୍ଚ ନ୍ୟାୟଳୟ । କାଲି ମାମଲାର ପରବର୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣ,ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଥିଲେ ଯେ, ଦୁଇ ଜଣ ଓକିଲ ତାଙ୍କୁ ଏହି ପ୍ରସଙ୍ଗକୁ ନେଇ ପତ୍ର ଲେଖିଥିଲେ । ପତ୍ର ଲେଖିଥିବା ଓକିଲଙ୍କ ନାମ ହେଉଛି ଶିବକୁମାର ତ୍ରିପାଠୀ ଓ ସିଏସ ପଣ୍ଡା । ପ୍ରଧାନ ବିଚାରପତି ଦୁଇ ଓକିଲଙ୍କୁ ଅଦଲାତକୁ ଡାକିବା ପାଇଁ କହିଥିଲେ । ଓକିଲ ଶିବ କୁମାର କହିଥିଲେ ଯେ,ସେଠାରେ ମାନବାଧିକାର ଉଲ୍ଲଂଘନ ହୋଇଛି ଓ ୟୁପି ସରକାର ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।


ଅନ୍ୟପକ୍ଷରେ ପ୍ରଧାନ ବିଚାରପତି ୟୁପି ସରକାରଙ୍କ ଓକିଲଙ୍କୁ,ପୁରା ମାମଲାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପଚାରି ଥିଲେ । ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ଦୁଇ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରିଛନ୍ତି ବୋଲି ୟୁପି ସରକାରଙ୍କ ଓକିଲ ଉତ୍ତର ରଖିଥିଲେ । ୟୁପି ସରକାରଙ୍କ ଓକିଲଙ୍କ ଉତ୍ତର ପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଷ୍ଟାଟସ ରିପୋର୍ଟରେ କେତେ ଜଣଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଛି ଓ କେତେ ଜଣ ଗିରଫ ହୋଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରିବାକୁ କୁହାଯାଇଛି ।


ସୁପ୍ରିମକୋର୍ଟ ୟୁପି ସରକାରଙ୍କ ପଚାରିଛନ୍ତି ଯେ, ୪ ଜଣ କୃଷକ,ଜଣେ ସମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କ ହତ୍ୟାହୋଇଛି । ଆମେ ଜାଣିବାକୁ ଚାହୁଁଛୁ ଯେ, ଏହି ମାମଲାରେ ଅଭିଯୁକ୍ତ କିଏ ଓ ତାଙ୍କୁ ଗିରଫ କରା ଗଲାଣି କି ନାହିଁ । ଏହା ସହିତ ସୁପ୍ରିମକୋର୍ଟ ଜଣେ ମୃତକ ଲଭପ୍ରିତଙ୍କ ରୁଗଣ ମା’ଙ୍କ ଚିକିତ୍ସା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି । ଏନେଇ ୟୁପି ସରକାର ଆସନ୍ତାକାଲି ସର୍ବୋଚ୍ଚ ଅଦାଲତଙ୍କୁ ସୂଚିତ କରିବେ ।

Leave a comment