ଆସନ୍ତା ୧୨ରେ ରାଜ୍ୟ ସାରା ଆଇନଜୀବୀ ପାଳିବେ ପ୍ରତିବାଦ ଦିବସ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ରାଜ୍ୟ ସାରା ଆଇନଜୀବୀ ପାଳିବେ ପ୍ରତିବାଦ ଦିବସ । ୧୨ ତାରିଖରେ ରାଜ୍ୟ ସାରା କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବାର ଆସୋସିଏସନ । ଆଡଭୋକେଟଙ୍କ ଲାଇସେନ୍ସ ରଦ୍ଦ ପ୍ରସଙ୍ଗରେ ବାର ଆସୋସିଏସନର ପ୍ରତିବାଦ । ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦାବିପତ୍ର ଦିଆଯିବ ବୋଲି ଜଣାପଡ଼ିଛି।
ଆଇନଜୀବୀଙ୍କ ସୁରକ୍ଷା ପାଇଁ ରାଜ୍ୟରେ କ୍ରିୟାନୁଷ୍ଠାନ କମିଟି ଗଠିତ ମଧ୍ଯ କରାଯାଇଛି। ଶିବାନନ୍ଦ ରାୟଙ୍କୁ ଏହି କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ବୋଲି ଘୋଷଣା କରାଯାଇଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ବାର। ରାଜ୍ୟ ସାରା ସମସ୍ତ ବାର ଆସୋସିଏସନର ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା ପରେ ଏହ ଚରମ ନିଷ୍ପତ୍ତି ନିଆଯାଛି। ଓଡ଼ିଶାରେ କୋର୍ଟ କାର୍ଯ୍ୟ ବର୍ଜନ କରୁଥିବା ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତିକୁ ରାଜ୍ୟ ଓକିଲ ସଙ୍ଘ ବିରୋଧ କରୁଥିବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।