ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଲକାନଗିରି ପୁଲିସକୁ ସଫଳତା: ଜବତ ହେଲା ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଜବତ ହୋଇଛି ବିପୁଳ ପରିମାଣର ଔଷଧ ସହ ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ସମୟରେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ।

ଆନ୍ଧ୍ର ଓଡିଶା ବର୍ଡର ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନିର ଯବାନ ମାନେ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ କହିଛନ୍ତି । ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଛଳରେ ଅପରେସନ ଜୋରଦାର କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.