ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି । ତୁମସିଙ୍ଗା ଗାଁର ବିଜୟ ନାୟକ ଆଜି ୨୩.୪୪୫ ଲିଟର ନକଲି ବିଦେଶୀ ମଦ ନେଇକି ଯାଉଥିବା ବେଳେ ତାଙ୍କ ଠାରୁ ମଦ ଜବତ କରିବା ସାଙ୍ଗକୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ କାମାକ୍ଷାନଗର ଅଧିକାରୀ ସଂଜୀବ କୁମାର ଶର୍ମା, ପରଜଙ୍ଗ ଅଧିକାରୀ ଆରତୀ ମିଶ୍ର ,ଏଏସଆଇ ବିଶ୍ୱରଞ୍ଜନ ନାଥ, କନେଷ୍ଟବଳ ଦେବବ୍ରତ ରାଉଳ,ପରମଜ୍ୟୋତି ସିଂ, ହରିହର ସୋରେନ,ଗୋଲାପ ସାହୁ ପ୍ରମୁଖ ଚଢ଼ାଉ କରିଥିଲେ ।

Leave A Reply

Your email address will not be published.