ବିପୁଳ ପରିମାଣର ବିସ୍ଫୋରକ ଜବତ, ୧ ଗିରଫ

ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକର ତୁକଲା ଗ୍ରାମ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଏସ୍‌ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସ ଏକ ସ୍ଵତନ୍ତ୍ର ଦଳ ଚଢ଼ାଉ କରିଥିଲେ । ସେଠାରୁ ବିପୁଳ ପରିମାଣରେ ବେଆଇନ ବିସ୍ଫୋରକ ଜବତ ହୋଇଛି । ଏହି ଘଟଣାରେ ପୁଲିସ ପ୍ରେମ ସାଗର ମେହେର ନାଁରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ମୋଟ ୨୯୨୫ ଜିଲେଟିନ ଷ୍ଟିକ, ୨୯ ଟି ସିଲ ପ୍ଲାସଟିକ ବସ୍ତା, ଏମୋନିୟମ ନାଇଟ୍ରେଟ ୫୦ କେଜି, ଗୋଟିଏ କାର୍ତିନ ସିଲ ହାରାହାରି ୮୪୪ ଗୋଟି ଡିଟୋନେଟର, ନଗଦ ୩୨ ହଜାର ୯୦୦ ଟଙ୍କା, ୪ ଟି ଟ୍ରାକ୍ଟର , ୪ ଗୋଟି ଲୁହା ଶାବଳ ଓ ଗୋଟିଏ ମୋବାଇଲ ଜବତ ହୋଇଥିବା ନେଇ ଆରକ୍ଷୀ ଅଧିକ୍ଷକ ରାହୁଲ କୁମାର ଜୈନ ସୂଚନା ଦେଇଛନ୍ତି ।

Leave a comment