ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଟି ଅତଡ଼ା ଧସି ଫସିଗଲେ ୩ ଶ୍ରମିକ

ଗଂଜାମ: କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଧସି ତିନି ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ।

ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା ବେଳେ ମାଟି ଅତଡ଼ା ଧସି ଯାଇଥିଲା ।ଫଳରେ ଆଖି ପିଛୁଳାକେ କାର୍ଯ୍ୟ କରୁଥିବା ଶ୍ରମିକ ମୁକୁଳି ଆସିବାରେ ବିଫଳ ହୋଇଥିଲେ । ଫଳରେ ମାଟି ତଳେ ଚାପି ହୋଇ ରହିଥଛିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

Leave A Reply

Your email address will not be published.