ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ଭୁବନେଶ୍ୱର: ୨୦୨୦-୨୧ରେ ଜମି ରେକର୍ଡରେ ଓଡ଼ିଶା କରିଛି ବଡ଼ ଅଗ୍ରଗତି । ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ ବା (NCAER) ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇଛି । ତଥ୍ୟ ପହଞ୍ଚାଇବାରେ ଅନ୍ୟ ରାଜ୍ୟଠୁ ଆଗରେ ରହିଛି ଓଡ଼ିଶା । ୮୬ ଦଶମିକ ୫୪ ପ୍ରତିଶତ ମାର୍କ ସହ ଓଡ଼ିଶା ଶୀର୍ଷ ସ୍ଥାନ ଦଖଲ କରିଛି।

ଓଡ଼ିଶା ପଛକୁ ଅଛନ୍ତି ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ । ଓ୍ୱେବସାଇଟରେ ଜମି ସଂକ୍ରାନ୍ତୀୟ ଡାଟା ସହଜରେ ଉପଲବ୍ଧ ହେଉଛି । ରାଜସ୍ୱ ଓ ବିପର୍ଯ୍ଯୟ ପରିଚାଳନା ବିଭାଗ ଓ୍ୱେବସାଇଟରେ ଡାଟା ଉପଲବ୍ଧ ହେଉଛି । ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା।

ସେହିପରି ଜମି ରେକର୍ଡର ଡିଜିଟାଇଜେସନରେ ମଧ୍ୟ ଓଡ଼ିଶା ଶୀର୍ଷରେ ରହିଛି । ରେକର୍ଡର ଶହେ ପ୍ରତିଶତ ଡିଜିଟାଇଜେସନ କରିପାରିଛି ଓଡ଼ିଶା । ଜମି ରେକର୍ଡ ଓ ସେବା ଇଣ୍ଡେକ୍ସରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଓଡ଼ିଶାର ସ୍କୋର ରହିଛି ୭୭ ଦଶମିକ ୨ ପ୍ରତିଶତ। ଏହି କ୍ଷେତ୍ରରେ ଗତବର୍ଷଠୁ ୧୪ ଦଶମିକ ୪ ପ୍ରତିଶତ ଓଡ଼ିଶା ଉନ୍ନତି କରିଛି।

Leave A Reply

Your email address will not be published.