ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରମ୍ଭ ହେବ ଜମି ଓ ସମ୍ପତ୍ତି ଡିଜିଟାଲ ରେଜିଷ୍ଟ୍ରି ସେବା, ଡିଡ୍‍ ପଞ୍ଜିକରଣ ନିମନ୍ତେ ଲାଗିବ ମାତ୍ର ୩୦ ମିନିଟ୍

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଡିଜିଟାଲ ଜମିଜମା ଓ ସମ୍ପତ୍ତି ରେଜିଷ୍ଟ୍ରି ସେବା। ସହର ଭିତ୍ତିଭୂମି ଡିଜିଟାଇଜେସନ କ୍ଷେତ୍ରର ଅଗ୍ରଣୀ ସଂସ୍ଥା କ୍ବାଣ୍ଟେଲା ଇନ୍‍କ ଏବଂ ଓଡ଼ିଶା ସରକାରଙ୍କ ରେଜିଷ୍ଟ୍ରେସନ ବିଭାଗ ମିଳିତ ଭାବେ ସମଗ୍ର ରାଜ୍ୟରେ ଏହି ସେବା ଯୋଗାଇଦେବାକୁ ଏକ ନୂଆ ସହଭାଗିତା ଘୋଷଣା କରିଛନ୍ତି। ଏହି ସହଭାଗିତା ସମ୍ପ୍ରତି ରାଜ୍ୟର ୧୯୧ଟି ରେଜିଷ୍ଟ୍ରେସନ (ପଞ୍ଜିକରଣ) କାର୍ଯ୍ୟାଳୟରେ ଉପଲବ୍ଧ ହେଉଥିବା କମ୍ପ୍ୟୁଟରଚାଳିତ ଇ-ରେଜିଷ୍ଟ୍ରେସନ ସେବାରେ ଉନ୍ନତି ଆଣି ଲୋକଙ୍କ ପାଇଁ ଜମିଜମା ଓ ସମ୍ପତ୍ତି କାରବାର ପ୍ରକ୍ରିୟାକୁ ପରିବର୍ଦ୍ଧିତ କରିବା ଲକ୍ଷ୍ୟ ରଖିଛି। ଜମିଜମା ଦଲିଲ୍‌ଗୁଡିକର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ ରୂପାନ୍ତରଣ ଏବଂ ଅଟୋମେସନ, ସଫଳତାର ସହିତ ଜମିଜମା ପଞ୍ଜିକରଣ ଏବଂ ସରଳୀକୃତ ଜମିଜମା ରେକର୍ଡ ପ୍ରଶାସନ ବ୍ୟବସ୍ଥା ରାଜ୍ୟରେ ଜମିଜମା ପଞ୍ଜିକରଣ ସମ୍ପର୍କିତ କାଗଜପତ୍ର ଗ୍ରହଣ, ସେସବୁର ପ୍ରକ୍ରିୟାକରଣ ଏବଂ ସମସ୍ତ ଆନୁଷଙ୍ଗିକ ସେବା ଯୋଗାଣକୁ ତ୍ୱରାନ୍ୱିତ କରିବ। ଡିଡ୍‍ ପଞ୍ଜିକରଣ ନିମନ୍ତେ ମାତ୍ର ୩୦ ମିନିଟ ସମୟ ଲାଗିବ। ଏନ୍‍କ୍ୟୁମ୍ବେନ୍ସି ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ସେହିଦିନକ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କ୍ବାଣ୍ଟେଲା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.