ଲକ୍ଷ୍ମୀପୁର ହିଂସା : ଯୋଗୀ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ବରୁଣ ଗାନ୍ଧୀ, କହିଲେ ହତ୍ୟା ଦ୍ବାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇ ପାରିବ ନାହିଁ

ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ଉତ୍ତରପ୍ରଦେଶ ଯୋଗୀ ସରକାର ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଘଟଣା ଘଟିବା ଦିନରୁ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରୁଣ। ଅକ୍ଟୋବର ୩ ରୁ ଘଟିଥିବା ଏହି ଅମାନବୀୟ ଘଟଣା ଉପରେ ପ୍ରତିଦିନ ଟ୍ବିଟ୍ କରି ବିଜେପି ସାଂସଦ ବରୁଣ ଗାନ୍ଧୀ ଦୋଷୀଙ୍କୁ ଧରିବା ସହ କଡା ଦଣ୍ଡ ଦେବାକୁ ଦାବି କରି ଆସୁଛନ୍ତି। କେବଳ ଟ୍ବିଟ୍ ନୁହେଁ ଯୋଗୀ ସରକାରଙ୍କୁ ଏକ ଚିଠି ଲେଖି ପୀଡିତଙ୍କ ପରିବାରକୁ ନ୍ୟାୟ ଏବଂ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।
The video is crystal clear. Protestors cannot be silenced through murder. There has to be accountability for the innocent blood of farmers that has been spilled and justice must be delivered before a message of arrogance and cruelty enters the minds of every farmer. 🙏🏻🙏🏻 pic.twitter.com/Z6NLCfuujK
— Varun Gandhi (@varungandhi80) October 7, 2021
ଗୁରୁବାର ଦିନ ବରୁଣ ଅନ୍ୟ ଏକ ଭିଡିଓ ଟୁଇଟ୍ କରିଛନ୍ତି। ଯେଉଁ ଟ୍ବିଟ୍ରେ ସେ ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘ଏହି ଭିଡିଓ ସମ୍ପୂର୍ଣ୍ଣ ସ୍ପଷ୍ଟ, କୃଷକମାନଙ୍କୁ ଜାଣିଣୁଣି ହତ୍ୟା କରାଯାଇଛି। ହତ୍ୟା ଦ୍ୱାରା ବିକ୍ଷୋଭକାରୀଙ୍କୁ ନୀରବ କରାଯାଇପାରିବ ନାହିଁ। ନିରୀହ କୃଷକଙ୍କ ରକ୍ତର ହିସାବ ଦିଆଯିବା ସହ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ।
लखीमपुर खीरी की हृदय-विदारक घटना में शहीद हुए किसानों को श्रद्धांजलि अर्पित करता हूँ। इस प्रकरण में उत्तर प्रदेश के मुख्यमंत्री जी से सख्त कार्यवाही करने का निवेदन करता हूँ। pic.twitter.com/e2tE1x4z3T
— Varun Gandhi (@varungandhi80) October 4, 2021
ଏହାପୂବୋରୁ ଅକ୍ଟୋବର ୫ ତାରିଖରେ ବରୁଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କରି ଟ୍ବିଟ୍ କରିଥିଲେ । ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ବରୁଣ ଲେଖିଥିଲେ ଯେ ଚାଷୀଙ୍କ ଉପରେ ଗାଡି ଚଢାଯାଉଛି। ଏହା ଠାରୁ ବଡ ପ୍ରମାଣ କଣ ପୁଲିସକୁ ଆବଶ୍ୟକ। ପୁଲିସ ଯଥା ଶିଘ୍ର ଦୋଷୀଙ୍କୁ ଗିରଫ କରୁବୋଲି ବରୁଣ ଲେଖିଥିଲେ। ଅନ୍ୟପଟେ ଅକ୍ଟୋବର ୪ ତାରିଖରେ ବରୁଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖି ଦୋଷୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ।
लखीमपुर खीरी में किसानों को गाड़ियों से जानबूझकर कुचलने का यह वीडियो किसी की भी आत्मा को झखझोर देगा।
पुलिस इस वीडियो का संज्ञान लेकर इन गाड़ियों के मालिकों, इनमें बैठे लोगों, और इस प्रकरण में संलिप्त अन्य व्यक्तियों को चिन्हित कर तत्काल गिरफ्तार करे।
#LakhimpurKheri@dgpup pic.twitter.com/YmDZhUZ9xq
— Varun Gandhi (@varungandhi80) October 5, 2021