ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ: ଘଟଣାସ୍ଥଳକୁ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ ରାସ୍ତାରେ ଅଟକାଇଲେ ୟୁପି ପୁଲିସ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖିଛି ଉତ୍ତରପ୍ରଦେଶ ପୁଲିସ। ଲକ୍ଷ୍ନୀପୁର ଖେରୀ ହିଂସାକାଣ୍ଡ ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଯିବା ବେଳେ ତାଙ୍କୁ ବାଟରେ ଅଟକାଇଛି ପୁଲିସ। ସକାଳ ସମୟରେ ସୀତାପୁର ନିକଟରେ ପ୍ରିୟଙ୍କାଙ୍କୁ ହେପାଜତକୁ ନେଇଛି ଉତ୍ତରପ୍ରଦେଶ ପୁଲିସ।
ଗତକାଲି ରାତି ୧୨ଟାରୁ ସକାଳ ସାଢ଼େ ୫ଟା ଯାଏ ଉତ୍ତରପ୍ରଦେଶ ପୁଲିସ ଓ ପ୍ରିୟଙ୍କା ଗାନ୍ଧିଙ୍କ ଭିତରେ ଛକାପଞ୍ଝା ଚାଲିଥିଲା। ବିନା ଓ୍ୱାରେଣ୍ଟରେ ଗିରଫ କରିବା ଅଭିଯୋଗରେ ପୁଲିସ ସହ ପ୍ରିୟଙ୍କା ଗାନ୍ଧିଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି। ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି।
लखीमपुर किसान नरसंहार पर कांग्रेस महासचिव श्रीमती @priyankagandhi जी का बयान#लखीमपुर_खीरी_नरसंहार pic.twitter.com/06WTEEGXiI
— UP Congress (@INCUttarPradesh) October 3, 2021
ଲକ୍ଷ୍ମୀପୁର ଖେରିର ତିକୁନିଆ ଅଞ୍ଚଳରେ ଗତକାଲି ହିଂସାକାଣ୍ଡ ହୋଇଥିଲା। ଚାରି ଜଣ ଚାଷୀଙ୍କର ଜୀବନ ଯାଇଥିଲା । ଅଭିଯୋଗ ହୋଇଛି, କେନ୍ଦ୍ରମନ୍ତ୍ରୀ ଅଜ ମିଶ୍ରାଙ୍କ ପୁଅ ମୃତ ଚାଷୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହାପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ ମୃତକଙ୍କ ପରିବାରକୁ ଭେଟିବା ପାଇଁ ଗତକାରି ରାତିରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧି। ବାଟରେ ତାଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୁଲିସ ।