ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲେଡିଡନ୍‍ଙ୍କ ଆତଙ୍କରାଜ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ସବରସାହିରେ ପ୍ଲଟ ନଂ-୨୧୧୦ରେ ଲେଡ଼ି ଡନ୍‍ ଭାବେ ପରିଚିତ ସୁଶ୍ରୀ ପଣ୍ଡାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଏକ ମାମଲାରେ ତଦନ୍ତ ପାଇଁ ଯାଇଥିବା ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ବେହେରାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିଥିଲେ ସୁଶ୍ରୀ। ଏହାକୁ ପୁଲିସ ଭ୍ୟାନ୍‍ର ଡ୍ରାଇଭର ଶିବ ଅଟକାଇଥିଲେ ମଧ୍ୟ ତାଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। କେବଳ ସେତିକି ନୁହେଁ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ଚନ୍ଦନ ଜେନାଙ୍କୁ ମଧ୍ୟ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ସୁଶ୍ରୀ। ପୁଲିସ ଲେଡ଼ି ଡନ୍‍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଦୀର୍ଘ ୪୫ ମିନିଟ୍‍ ଧରି ସୁଶ୍ରୀ ଆତଙ୍କରାଜ କରିଥିଲା। ଶେଷରେ ଥାନା ଅଧିକାରୀ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଉକ୍ତ ସୁଶ୍ରୀଙ୍କୁ କାବୁ କରି ଥାନାକୁ ଆଣିଥିଲେ।

ଏନେଇ ଆକ୍ରମଣର ଶିକାର ହୋଇଥିବା ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସୁଶ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏକ ବର୍ଷ ହେବ ଜଣେ ଯୁବତୀ ସୁଶ୍ରୀଙ୍କ ଘରେ ଭଡ଼ାରେ ରହୁଥିଲେ। ଯୁବତୀ ଜଣଙ୍କ ପ୍ରତି ମାସରେ ତାଙ୍କର ଘରଭଡ଼ା ଦେଇ ଦେଉଥିଲେ। କିନ୍ତୁ ଘର ମାଲିକ ତାଙ୍କୁ ଜାଣିଶୁଣି ହଇରାଣ କରୁଥିଲେ। ଏପରିକି ଯୁବତୀ ଜଣଙ୍କ ଛୋଟ ଡ୍ରେସ୍‍ ପିନ୍ଧିଲେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଫୋନ୍‍ରେ କାହା ସହ କଥା ହେଲେ ସେ ପାଟି କରୁଥିଲେ। ହେଲେ ସୋମବାର ରାତିରେ ସୁଶ୍ରୀଙ୍କ ଉତ୍ପାତ ବଢ଼଼ି ଯାଇଥିଲା। ଭଡ଼ାଟିଆଙ୍କ ଭାଇ ତାଙ୍କ ଘରକୁ ଆସିଥିବା ବେଳେ ସୁଶ୍ରୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିବାକୁ ଗୋଡାଇଥିଲେ।

ଏପରିକି ରାତିରେ ତାଙ୍କୁ ରୁମ୍‍ର ପାଣି ଏବଂ ଲାଇନ୍‍ କାଟି ଦେଇଥିଲେ। ଭଡାଟିଆ ରହୁଥିବା ଯୁବତୀ ଲେଡ଼ି ଡନ୍‍ଙ୍କ ବିରୋଧରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଥାନାର ମହିଳା ଏସ୍‍ଆଇ ପ୍ରିୟଦର୍ଶିନୀ ଯାଇଥିଲେ। ହେଲେ ସେଠାରେ ଲେଡି ଡନ୍‍ ସୁଶ୍ରୀ ତାଙ୍କ ଚୁଟି ଘୋଷାଡ଼ି ମାଡ଼ ମାରିବା ସହ ଡ୍ରାଇଭର ଏବଂ ସାମ୍ବାଦିକ ଚନ୍ଦନଙ୍କୁ ମଧ୍ୟ ପିଟିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ଲେଡ଼ି ଡନ୍‍ ଶୈଳ ପୁଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହା ପରେ ପୁଣି ଆଉ ଜଣେ ଲେଡି ଡନଙ୍କ ଉତ୍ପାତ ଦେଖିବାକୁ ମିଳିଛି।

Leave A Reply

Your email address will not be published.