ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ଅୟସ କରୁଥିଲା ସ୍ବାମୀ : ବିଦେଶୀ ଚଢେଇ ଓ କୁକୁର ସହ ମୁଡ୍‌ ବନେଇବାକୁ ପିଉଥିଲା ଫରେନ ବ୍ରାଣ୍ଡ ମଦ

ଭୁବନେଶ୍ବର : ବ୍ଲାକ୍‍ମେଲିଂ କୁଇନ୍‍ କୁହାଯାଉଥିବା ଅର୍ଚ୍ଚନା ନାଗର ପାପ ସାମ୍ରାଜ୍ୟର ନୂଆ ନୂଆ ଅଧ୍ୟାୟ ଖୋଲିବାରେ ଲାଗିଛି। ଅର୍ଚ୍ଚନାର ‘ନାଗଫାଶ’ରେ କେଉଁମାନେ ଫଶିଛନ୍ତି ତାହା ଜାଣିବାକୁ ଚେଷ୍ଟା ଚଳାଇଛି ପୁଲିସ।  ଏଥି ସହିତ ଅର୍ଚ୍ଚନା ନିକଟରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୁଲିସ। ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ। ବିଶେଷ କରି କେଉଁମାନଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କଠାରୁ କେତେ ଟଙ୍କା ଲୁଟିଛନ୍ତି, ସେନେଇ ବି ଖୋଳତାଡ଼ କରିବ ପୁଲିସ। ଏଥି ପାଇଁ ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କମିସନରେଟ୍ ପୁଲିସ କୋର୍ଟରେ ରିମାଣ୍ଡରେ ଆଣିବାକୁ ଆବେଦନ କରିବ। ଅର୍ଚ୍ଚନା ନାଗଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଏଥି ସହିତ ଫେରାର ଥିବା ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଗିରଫ କରିବା ପାଇଁ ମଧ୍ୟ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।

ଅର୍ଚ୍ଚନା କଳା ଟଙ୍କାରେ ଅୟସ କରୁଥିଲା ସ୍ୱାମୀ ଜଗବନ୍ଧୁ

ଅନ୍ୟପଟେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋଟି଼ଏ ଖୋଲୁଛି କଳା କରନାମାର ରହସ୍ୟ ଖୋଲିବାରେ ଲାଗିଛି। ଅର୍ଚ୍ଚନାକୁ ଏହି କାମରେ ତାର ସ୍ବାମୀ ଜଗବନ୍ଧୁ ପୁରା ସହଯୋଗ କରୁଥିଲା। ଖାଲି ସହଯୋଗ କରୁନଥିଲା ସ୍ବୀ ପରପୁରୁଷ ସହ କରୁଥିବା ପଲଙ୍କ ସେମାରୁ ମିଳୁଥିବା ଟଙ୍କାରେ ସ୍ବାମୀ ଜଗବନ୍ଧୁ ଚାନ୍ଦ ଅୟସ କରୁଥିଲା । ରାଜପ୍ରସାଦ ଭଳି ଘରେ ରହିବା ସହ ଘରେ ରଖିଥିଲା ୩ ଲକ୍ଷ ଟଙ୍କାର ଆମେରିକାନ ମକାଓ ଚଢ଼େଇ। ଏଥି ସହିତ ସତ୍ୟବିହାର ଘରେ ଅଛନ୍ତି ୪ ଲକ୍ଷ ଟଙ୍କା ମୂଲ୍ୟର ବିଦେଶୀ କୁକୁର।

ଖାଲି ସେତିକି ନୁହଁ ସ୍ତ୍ରୀର ପାପ ଅର୍ଜିତ ଟଙ୍କାରେ ଦାମୀ ବ୍ରାଣ୍ଡର ମଦ ପିଉଥିଲା ଜଗବନ୍ଧୁ। ମୁଡ ବନେଇବା ପାଇଁ ରୂପା ଗ୍ଲାସରେ ପିଉଥିଲା ଫରେନ ବ୍ରାଣ୍ଡ ମଦ। ଏଥି ସହିତ ସ୍ତ୍ରୀର ପଲଙ୍କ ସେବା ଟଙ୍କାରେ ସ୍ବାମୀ ଜଗବନ୍ଧୁ ନିଜ ପୋଷାକ ପରିପାଟିରେ ମଧ୍ୟ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା। ହାତରେ ପିନ୍ଧୁଥିଲା ୨ ଲକ୍ଷ ଟଙ୍କାର ହାତଘଣ୍ଟା।

ଆହୁରି ମଧ୍ୟ ସ୍ତ୍ରୀର ଏହି କଳା ଟଙ୍କାକୁ ପୁରୀ ଭୁବନେଶ୍ୱର ବାଇପାସରେ ଥିବା ପୁରୁଣା ଗାଡି ସୋରୁମରେ ମଧ୍ୟ ଲଗାଇଥିଲା ସ୍ବାମୀ ଜଗବନ୍ଧୁ। ଆଉ ୧୦ ପ୍ରତିଶତ ସୁଧରେ ମଧ୍ୟ କୋଟି କୋଟି ଟଙ୍କା ଲଗାଇଥିଲା ଜଗବନ୍ଧୁ। ବ୍ଲାକ୍‍ମେଲିଂ କୁଇନ୍‍  ଅର୍ଚ୍ଚନା ନାଗର  ପୁରା ସିଣ୍ଡିକେଟ ପଛରେ ସ୍ବାମୀ ଜଗବନ୍ଧୁର ୪ ସାଙ୍ଗ ଓ ଭାଇ ମଧ୍ୟ ରହିଥିବା ଜଣାପଡିଛି। ବାହାରେ କୌଣସି ଡିଲ୍‌ ନକରି ଫାର୍ମ ହାଉସରେ ଚାଲୁଥିଲା ବିଜନେସ ଡିଲ। ଖାଲି ସେତିତି ନୁହେଁ ଭୁବନେଶ୍ୱର ଉପକଣ୍ଠ ଏକ ବାଲିଘାଟରେ ଲାଗିଛି ଟଙ୍କା ଅର୍ଚ୍ଚନାର ଟଙ୍କା। ଅର୍ଚ୍ଚନାଠୁ ଜବତ ଡାଏରିରେ ଏହି ସାଙ୍ଘାତିକ ତଥ୍ୟ ସବୁ ରହିଛି। ଖୁବଶୀଘ୍ର ଅର୍ଚ୍ଚନାକୁ ରିମାଣ୍ଡରେ ଆଣି କମିଶନରେଟ ପୁଲିସ  ଆହୁରି ସତ ଓଗାରିବ ବୋଲି ଜଣାପଡିଛି।

ବ୍ଲାକ୍‍ମେଲିଂ ଟଙ୍କାରେ ଆଲିଶାନ୍‍ ଘର,ଦାମୀ ଗାଡି

କିଛି ବର୍ଷ ତଳେ ପରିବାର ଚଳାଇବା ଅର୍ଚ୍ଚନାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଏପରିକି ତାଙ୍କର ନିଜର ଘର ନ ଥିବାରୁ ଭଡ଼ାରେ ଘର ନେଇ ରହୁଥିଲେ। କିନ୍ତୁ ସେ ହଠାତ୍‍ ଲୋକଙ୍କୁ ବ୍ଲାକ୍‍ମେଲିଂ କରିବା ପରେ କୋଟିପତି ବନି ଯାଇଥିଲେ। ତାଙ୍କର ମଞ୍ଚେଶ୍ୱର ଥାନା ସତ୍ୟବିହାରରେ ଏକ ଆଲିଶାନ ଘର ରହିଛି। ଏହି ଘରର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଏହା ଭିତରେ ଦାମୀ ଜୁମ୍‍ର ଏବଂ ଅନ୍ୟାନ୍ୟ ଦାମୀ ସାମଗ୍ରୀ ରହିଛି। ଯାହାକି କୌଣସି ୫ ଷ୍ଟାର୍‍ ହୋଟେଲ ଠୁ କମ୍‍ ନୁହେଁ। ଅର୍ଚ୍ଚନା ଉକ୍ତ ଘରକୁ ମଧ୍ୟ ଭଡ଼ା ଆକାରରେ ଦେଉଥିଲେ।

ଅର୍ଚ୍ଚନା ପାଖରେ ରହିଛି ବିଏମଡବ୍ଲୁ, ମହିନ୍ଦ୍ରା ଥର, ଫୋର୍ଡ ଏଣ୍ଡେଭର, ଟୋଏଟା ଫର୍ଚୁନର, ହୁଣ୍ଡାଇ ଆଇ ୨୦ ଭଳି ଦାମୀ ଓ ଆଲିସାନ ଗାଡ଼ି ଚଢୁଛନ୍ତି। ଫୁଲନଖରା ନିକଟରେ ଏକ କାର୍ ସୋ ରୁମ୍ ରହିଛି। ଅର୍ଚ୍ଚନାଙ୍କ ବଙ୍ଗଳାରେ କିଛି ଓଡିଆ ଫିଲ୍ମ ମଧ୍ୟ ସୁଟିଂ କରାଯାଇଛି। ମାତ୍ର ୫ ବର୍ଷରେ ଅର୍ଚ୍ଚନା ଓ ଜଗବନ୍ଧୁ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହୋଇଯାଇଛନ୍ତି ବୋଲି କୁହାଯାଉଛି।

କେମିତି ଚାଲୁଥିଲା ସେକ୍ସ ରାକେଟ?

ମିଶିଥିବା ସୂଚନାନୁସାରେ, ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ମିଳିତ ଭାବେ ସତ୍ୟବିହାରସ୍ଥିତ ଘରେ ସେକ୍ସ ରାକେଟ ଚଳାଉଥିଲେ। ବଡବଡିଆ ଓ ପିଇସାବାଲାଙ୍କୁ ଦେଖି ପ୍ରଥମେ ଅର୍ଚ୍ଚନା ନାଗ ସେମାନଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉ ଥିଲେ। ପରେ ଫୋନ ନମ୍ବର ମାଗୁଥିଲେ। କିଛି ଦିନର କଥାବାର୍ତ୍ତା ପରେ ମିଛ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକୁଥିଲେ। ଆଉ ବେଡରୁମରେ ଗୁପ୍ତ କ୍ୟାମେରା ଲଗାଇ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରୁଥିଲେ। ପରେ ସେହି ଭିଡିଓ ଦେଖାଇ ଉକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ଏଥିରେ ଅର୍ଚ୍ଚନାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଭାଇ ସାହାଯ୍ୟ କରୁଥିବା କୁହାଯାଉଛି।

ବଡ଼ ବଡ଼ିଆ ଅର୍ଚ୍ଚନାର ଥିଲେ ଗ୍ରାହକ

ଅର୍ଚ୍ଚନା ଛୋଟକାଟିଆ ନୁହଁ, ଟଙ୍କାବାଲା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖି ହାତ ମାରୁଥିଲେ। ବ୍ୟବସାୟୀ, ବିଲଡର୍, ଫିଲ୍ମ ପ୍ରଯୋଜକଙ୍କୁ ସେ ଟାର୍ଗେଟ କରୁଥିଲେ। ଦୁଇବର୍ଷ ତଳେ ଅର୍ଚ୍ଚନା ଜଣେ ପ୍ରଭାବଶାଳୀ ନେତାଙ୍କୁ ଜାଲରେ ଫସାଇ ୫୦ ଲକ୍ଷ ମାଗିଥିଲା। ମାମଲା ଥାନାକୁ ମଧ୍ୟ ଯାଇଥିଲା। କିନ୍ତୁ ପୋଲିସ ଉପରେ ଚାପ ପକାଇ ଅର୍ଚ୍ଚନା ଖସିଯାଇଥିଲେ। ଗତବର୍ଷ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଅର୍ଚ୍ଚନା ୫୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି । ଏବେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ତିନି କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ଯାହା ପରେ ସେ ଗିରଫ ହୋଇଛନ୍ତି। ତେବେ ବର୍ତ୍ତମାନ ଅର୍ଚ୍ଚନାଙ୍କ ଅନେକ ଗୁଡାଏ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫୋଟ ମୋବାଇରୁ ମୋବାଇଲକୁ ଘୁରିବୁଲିଛି।

ସ୍ବାମୀ ସହ ବିଳାସପୂର୍ଣ୍ଣ ଜୀବନ, ଦୟନୀୟ ସ୍ଥିତିରେ ଶାଶୂ-ଶ୍ଵଶୁର

ଅର୍ଚ୍ଚନାଙ୍କ ଘର ହେଉଛି ଭବାନୀପାଟଣା। ପ୍ରାୟ ୪ ବର୍ଷ ତଳେ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନେତୁଆ ପଂଚାୟତର ବାଉଁଶବଣି ଗ୍ରାମର ଶଶାଙ୍କ ଚନ୍ଦଙ୍କ ସାନ ପୁଅ ଜଗବନ୍ଧୁ ଙ୍କୁ (୩୦)ପ୍ରେମ କରିବା ପରେ ବିବାହ କରିଥିଲେ। ଜଗବନ୍ଧୁ ସେତେବେଳେ ଭୁବନେଶ୍ବରର ଏକ ହୋଟେଲରେ କାମ କରୁଥିଲେ। ପୁଅ ଅର୍ଚ୍ଚନା ସହ ବିବାହକୁ ପରିବାର ଲୋକ ରାଜି ନଥିବାରୁ ଜଗବନ୍ଧୁ ବାପା-ମାଙ୍କୁ ପଚାରୁନଥିଲେ।

ଗାଁରେ ନିଜ ବାପା-ମାଆ ଦୟନୀୟ ସ୍ଥିତିରେ ରହୁଥିବା ବେଳେ ପୁଅ ଜଗବନ୍ଧୁ ସ୍ତ୍ରୀ ସହ ରାଜଧାନୀ ଭୁବନେଶ୍ଵରରେ ବିତାଉଥିଲା ବିଳାସମୟ ଜୀବନ। ଅର୍ଚ୍ଚନା ଗିରଫ ହେବା ପରେ ବାଲେଶ୍ଵର ଜିଲ୍ଲାରେ ଆଉ କେହି ଜଗବନ୍ଧୁ କିମ୍ବା ଅର୍ଚ୍ଚନାଙ୍କ ଗ୍ୟାଙ୍ଗରେ ଅଛନ୍ତି କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ବିଳାସବ୍ୟସନରେ ଦିନ କାଟୁଥିଲେ। ରହୁଥିଲେ ଆଲିସାନ ଘରେ। ଦାମୀ ଦାମୀ ଗାଡ଼ି ଚଢୁଥିଲେ। ମାତ୍ର ନିଜ ଘରର ଆର୍ଥିକ ସ୍ଥିତି ଦେଖିଲେ କେହି ବି ବିଶ୍ଵାସ କରିବେନି ଯେ ଗାଁରେ ଘର ଲୋକ ଏମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଜଗବନ୍ଧୁଙ୍କ ବାପା ଶଶାଙ୍କ ଜଣେ ଚାଷୀ। ବଡ଼ ଭାଇ ବୈକୁଣ୍ଠ ପରିବାର ଚଳାଇବା ପାଇଁ ଏକ ସଂସ୍ଥାରେ କାମ କରନ୍ତି। ଆଜବେଷ୍ଟସ ଘରେ ସେମାନେ ଦୟନୀୟ ଭାବେ ଦିନ କାଟୁଥିବା ବେଳେ ପୁଅ ଜଗବନ୍ଧୁ କିନ୍ତୁ ସ୍ତ୍ରୀ ଅର୍ଚ୍ଚିତା ସହ ସୌଖୀନ ଜୀବନ ବିତାଉଥିଲେ।

Leave A Reply

Your email address will not be published.