ପୁଲିସ ଜାଲରେ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ, ଟର୍ଗେଟରେ ଥିଲେ ବଡ଼ବଡ଼ିଆ ବାବୁ

ଭୁବନେଶ୍ବର: ପୁଲିସ ଜାଲରେ ଲେଡି ବ୍ଲାକମେଲର୍। ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ମାଷ୍ଟର ମାଇଣ୍ଡ ଯୁବତୀ ଜଣଙ୍କ ନାଁ ଅର୍ଚ୍ଚନା ନାଗ ବୋଲି ଜଣାପଡ଼ିଛି। ଅର୍ଚ୍ଚନା ନାଗଙ୍କୁ ଅଟକ ରଖି କମିଶନରେଟ ପୁଲିସ ପଚାରା ଉଚାରା ଜାରି ରଖିଛି। କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଅଭିଯୋଗ ଆସିଥିଲା। ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଲା। ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମଧ୍ଯ ଟଙ୍କା ମାଗୁଥିଲେ।  ସୁନା ଦୋକାନ ମାଲିକଙ୍କ ଠୁ ନେଇଛନ୍ତି କୋଟିକୋଟି ଟଙ୍କା । ଅର୍ଚ୍ଚନାଙ୍କ ସହ ବେଶ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଫଟୋ ମଧ୍ୟ ରହିଛି।  କମ୍ ଦିନ ମଧ୍ୟରେ କୋଟି କୋଟି ସମ୍ପତ୍ତିର ମାଳିକାଣି ବନିଯାଇଥିଲେ। ଅଟକ ରଖିବା ପରେ ଅଜ୍ଞାତ ସ୍ଥାନରେ ଜେରା କରୁଛି କମିଶନରେଟ ପୁଲିସ । ଅର୍ଚ୍ଚନାଙ୍କ ରାତାରାତି କୋଟିପତି ହେବାର ରହସ୍ୟ ସମ୍ପର୍କରେ ପଚାରି ବୁଝିଛି ପୁଲିସ ।

Leave a comment