ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୋଷେଇ ଘରେ ଏହିସବୁ ଜିନିଷର ଅଭାବ ପରିବାରରେ ଆଣିଥାଏ ଘୋର ଆର୍ଥିକ ସଙ୍କଟ….

ସୁଖସମୃଦ୍ଧିର ସମ୍ପର୍କ ରୋଷେଇ ଘର ସହିତ ଅଛି । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ କେବେ ଖାଲି ହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ କୋପଦୃଷ୍ଟି ପଡ଼େ ଏବଂ ଘରେ ଆର୍ଥିକ ସଙ୍କଟ ଦେଖାଯାଏ । ତେବେ ରୋଷେଇ ଘରର ସେସବୁ ଜିନିଷ ହେଉଛି –

  • ପ୍ରଥମ ଜିନିଷ ହେଉଛି ଅଟା । ରୋଷେଇ ଘରେ କେବେ ମଧ୍ୟ ଅଟା ଡବା ଖାଲି ରଖନ୍ତୁ ନାହିଁ । ଅଟା ଡବା ଖାଲି ରହିଲେ ମାନସମ୍ମାନ ହାନି ହୋଇଥାଏ ବୋଲି କୁହାଯାଏ ।

  • ରୋଷେଇଠାରୁ ଆରମ୍ଭ କରି ପ୍ରତ୍ୟେକ ଶୁଭ କାମରେ ବ୍ୟବହାର ହେଉଥିବା ହଳଦୀକୁ ମଧ୍ୟ ରୋଷେଇ ଘରୁ କେବେ ସରିବାକୁ ଦିଅନ୍ତୁ ନାହିଁ । ଏହା ଦ୍ବାରା ଗୁରୁ ଦୋଷ ଲାଗିଥାଏ, ସୁଖସମୃଦ୍ଧି ବୃଦ୍ଧି ହୁଏ ନାହିଁ ଏବଂ ଶୁଭକାର୍ଯ୍ୟରେ ବିଳମ୍ବ ହୋଇଥାଏ।

  • ଚାଉଳ ସହିତ ଶୁକ୍ର ଗ୍ରହର ସମ୍ପର୍କ ଅଛି । ଶୁକ୍ର ହେଉଛି ଭୌତିକ ସୁଖର କାରକ । ତେଣୁ ରୋଷେଇଘରୁ ଚାଉଳଡବାକୁ ସମ୍ପୂର୍ଣ୍ଣ ଖାଲି କରନ୍ତୁ ନାହିଁ ।

  • ରୋଷେଇଘରେ ଲୁଣର ଅଭାବ ମଧ୍ୟ ଆର୍ଥିକ ସଙ୍କଟର କାରଣ ହୋଇଥାଏ | ତେଣୁ କେବେ ମଧ୍ୟ ଲୁଣଡବାକୁ ଖାଲି କରନ୍ତୁ ନାହିଁ ।

Leave A Reply

Your email address will not be published.