ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଷ୍ଟଡି ଟୁରରେ ଆସି ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କଲେ LBSNAAର IAS ପ୍ରୋବେସନର

ଆଗାମୀ IASଙ୍କୁ ନବୀନଙ୍କ ୫ଟି ମନ୍ତ୍ର

ଭୁବନେଶ୍ୱର: ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଥିବା ୧୮୧ ଆଇଏଏସ ପ୍ରୋବେସନର ଓ ରୟାଲ ଭୁଟାନ ସିଭିଲ ସର୍ଭିସ ପ୍ରୋବେସନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ଯରେ ଉତ୍କର୍ଷତା ହାସଲ କରିବା ପାଇଁ ପରାମର୍ଶ ଦେଇଛନ୍ତ । ସଗୌରବେ ଦେଶର ସେବା କରିବା ପାଇଁ ପ୍ରୋବେସନରଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୁବ ଅଧିକାରୀଙ୍କଠାରୁ ଦେଶ ଅନେକ କିଛି ଆଶା କରୁଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ୫ଟି ରୂପାନ୍ତରଣ ମଡେଲ୍ ଉପରେ ଫୋକସ କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ମୁଣ୍ଡ ଟେକୁଛି।

ଗ୍ରାମୀଣ ବିକାଶ, ଗୃହ ନିର୍ମାଣ, ଦକ୍ଷତା ବିକାଶ, କ୍ରୀଡା, ଶିଳ୍ପ ବିକାଶ, ଖଣି, ପର୍ଯ୍ଯଟନ, ଐତିହ୍ୟ ସଂରକ୍ଷଣ, ସଡ଼କ ବିକାଶ ଓ ଅନ୍ୟ କ୍ଷେତ୍ରରେ ମଧ୍ୟ ରୂପାନ୍ତରଣ ପଦକ୍ଷେପ ନିଆଯାଇଛି । ବିପର୍ଯ୍ଯୟ ପରିଚାଳନା କ୍ଷେତ୍ରରେ ଓଡିଶା ସାରା ବିଶ୍ବରେ ରୋଲ୍ ମଡେଲ ପାଲଟିଛି। ଓଡ଼ିଶାରେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରୁ ଆଇଏଏସ ପ୍ରୋବେସନରମାନେ କିଛି ଶିକ୍ଷା ଲାଭ କରିପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଷ୍ଟଡି ଟୁରରେ ଆଇଏଏସ ପ୍ରୋବେସନରମାନେ ଢ଼େଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ୱର ଆଦି ୬ଟି ଜିଲ୍ଲା ପରିଦର୍ଶନ କରିବେ । ଏହି ସବୁ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ କଲ୍ୟାଣକାରୀ କାର୍ଯ୍ଯକ୍ରମ ତଥା ରାଜ୍ୟ ଦ୍ୱାରା ଆରମ୍ଭ ହୋଇଥିବା ବିକାଶ ତଥା ଜୀବିକା ନିର୍ବାହ ଯୋଜନାରେ ସେମାନଙ୍କର ପ୍ରଥମ ଅଭିଜ୍ଞତା ରହିବ ।

ମୁସୋରୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଭାରତ ଦର୍ଶନ କାର୍ଯ୍ଯକ୍ରମ ଅଧୀନରେ ଆଇଏଏସ ପ୍ରୋବେସନରମାନେ ଓଡ଼ିଶାକୁ ଷ୍ଟଡି ଟୁରରେ ଆସିଛନ୍ତି । ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ରାଧିକା ରସ୍ତୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଟ୍ରାନସଫମେଟିଭ୍ ଗଭର୍ଣ୍ଣାନସ ଉପରେ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଯୁବ ପ୍ରୋବେସନରମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ସମ୍ବୋଧନ କରିଥିଲେ ।

Leave A Reply

Your email address will not be published.