ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ମାଣଧୀନ ପୋଲରୁ ଖସି ଆଉ ଜଣେ ଶ୍ରମିକଙ୍କ ମୃତ୍ଯୁ, ଦେଢ ମାସରେ ଗଲାଣି ୨ ଜୀବନ

ବୌଦ୍ଧ: ପୁଣି ଠିକାସଂସ୍ଥା ଯୋଗୁଁ ଗଲା ଶ୍ରମିକଙ୍କ ଜୀବନ । ଠିକା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ  ନିର୍ମାଣାଧୀନ ପୋଲରୁ ଖସି ଜଣେ ଦାଦନ ଶ୍ରମିକଙ୍କ ମୃତ୍ଯୁ ଘଟିଛି। ବୌଦ୍ଧ ଜିଲ୍ଲା ନିର୍ମାଣାଧୀନ ଧଳପୁର-ଆଠମଲ୍ଲିକ ସେତୁର ୫୦ ଫୁଟ ଉପରୁ ଖସି ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

Boudh-

ସୂଚନା ଅନୁଯାୟୀ, ମୃତ ଶ୍ରମିକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ସମୀର ଘୋଷ । ଅଭିଯୋଗ ଅନୁଯାୟୀ, ଠିକା ସଂସ୍ଥା ପକ୍ଷରୁ ଶ୍ରମିକଙ୍କୁ କୌଣସି ସୁରକ୍ଷା ଉପକରଣ ଦିଆଯାଇ ନଥିଲା । ୫୦ ଫୁଟ୍ ଉପରେ ଚଢ଼ି କାମ କରିବା ବେଳେ ସମୀର ଖସି ପଡ଼ିଥିଲେ । ତାଙ୍କର ମୃତ୍ୟୁ ହୋଇଛି । ସମାନ ଘଟଣା ୨୦୨୧ ଜାନୁଆରୀ ୧୬ ତାରିଖରେ ମଧ୍ୟ ଘଟିଥିଲା । ପୋଲ ଉପରୁ ଖସି ମୃତ୍ୟୁବରଣ କରିଥିଲେ ଝାଡ଼ଖଣ୍ଡର ମନୁ ଗଞ୍ଜୁ ନାମକ ଶ୍ରମିକ ।

bodudha

ଧଳପୁର-ଆଠମଲ୍ଲିକ ରାସ୍ତାରେ ହେଉଥିବା ପୋଲ ନିର୍ମାଣ କାର୍ଯ୍ଯରେ ଏକାଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି । ଠିକା ସଂସ୍ଥା ଶ୍ରମିକଙ୍କ ଜୀବନକୁ ବିପଦରେ ପକାଇ କାମରେ ଲଗାଇଛି। ସେତୁ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ମାନଙ୍କୁ ଠିକା ସଂସ୍ଥା ପକ୍ଷରୁ ଜୋତା, ହେଲମେଟ ଓ ସୁରକ୍ଷା ଜ୍ୟାକେଟ ଆଦି କୌଣସି ସୁରକ୍ଷା ଉପକରଣ ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ ରଞ୍ଜିତ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକ୍ସନ ଠିକା ସଂସ୍ଥା ପକ୍ଷରୁ ସେତୁ କାମ ଚାଲିଛି । ଫଳରେ ଏଭଳି ବଡ଼ ଦୁର୍ଘଟଣା ଘଟି ଦେଢ ମାସ ଭିତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ସରକାରୀ ନିୟମ ନ ମାନି ଅତି ଖାମଖିଆଲି ଭାବେ କାମ କରୁଥିବା ଠିକା ସଂସ୍ଥାର ୱାର୍କ୍ ସାଇଟ୍ ପ୍ରଶାସନ ନିୟମିତ ପରିଦର୍ଶନ କରୁନାହିଁ । ଘଟଣାର ତଦନ୍ତ କରି ଠିକା ସଂସ୍ଥା ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି ।

Leave A Reply

Your email address will not be published.