ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୂଅ ଖୋଳିବା ସମୟରେ ଅଘଟଣ, ମାଟି ଅତଡ଼ା ଧସି ଜଣେ ଶ୍ରମିକଙ୍କ ମୃତ୍ଯୁ

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ମଙ୍ଗଳବାର ଅଘଟଣ ଘଟିଛି । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକଙ୍କ ମୃତ ହୋଇଛି । ମୃତ ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନମ୍ବର ୱାର୍ଡର ଶରଧାପୁର ଗାଁର ବୋଲି ଜଣାପଡ଼ିଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ ।

ସୂଚନା ଅନୁଯାୟୀ, ଆଜି ସକାଳୁ କାମାକ୍ଷାନଗରର ଆଳତୁମା ଅଂଚଳରେ ଏକ କୁଅ ଖୋଳିବାକୁ ୫ ଜଣ ଶ୍ରମିକ ଯାଇଥିଲେ । ଧୁଳିଆ ମଲିକ କୂଅ ଭିତରକୁ ଦଉଡି ଜରିଆରେ ଖସୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.