ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କମିଶନରେଟ ପୁଲିସ ଲଞ୍ଚ କଲା ‘କୁଣ୍ଡଳୀ’ ଓ ‘ସନ୍ଧାନ’ ଆପ୍, ରହିବ ଅପରାଧିକ ଡାଟା

ଭୁବନେଶ୍ୱର: ଅପରାଧି ମାନେ ଏଣିକି ପୁଲିସଠୁ ଖସି ଯାଇପରିବେ ନାହିଁ। ପୁଲିସ ପାଖରେ ରହିବ ସମସ୍ତ ତଥ୍ୟ । ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ଅପରାଧି ମାନଙ୍କ ଡାଟା ରହିବ। ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ୍।

ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ପ୍ରପର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳୀ’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍ । ପ୍ରପର୍ଟି ଖୋଜିବାରେ ମଧ୍ୟ ଅଧିକ ସଫଳତା ମିଳିଛି।

ଭୁବନେଶ୍ୱର କମିଶନରେଟ ପୁଲିସ ପ୍ରଥମ ଥର ପାଇଁ ଏପରି ପ୍ରୟାସ କରିଛି। ଆଗକୁ ଓଡିଶା ପୁଲିସ ୱେବସାଇଟ ସହ ଯୋଗାଯୋଗ କରାହେବ । ଏବେ ପୁଲିସ ବିଭାଗରେ ଏହା ସହଯୋଗ କରିବ ଆଗକୁ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.