ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା କୁମକି ହାତୀ ନନ୍ଦ, ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ

ଭୁବନେଶ୍ବର : ଚନ୍ଦକା ଡମପଡା ଅଭ୍ୟାରଣ୍ୟ ରେ କୁମକି ହାତୀ ନନ୍ଦର ମୃତୁ। ଶନିବାର ୩୫ ବର୍ଷୀୟ ନନ୍ଦ ଅଚାନକ ତଳେ ପଡ଼ିଯାଇଥିଲା । ଯେଉଁ କାରଣରୁ ସେ ଆଉ ଉଠିପାରିନଥିଲା । ପରେ ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସବ ଚନ୍ଦକା ଯାଇ ନନ୍ଦର ସ୍ୱାସ୍ଥ୍ୟ ନିରୀକ୍ଷଣ କରିଥିଲେ । ଅଭ୍ୟାରଣ୍ୟରୁ ତାକୁ ହାତୀ ରେସକ୍ଯୁ ସେଣ୍ଟରକୁ ନିଆଯିବ ପାଇଁ ଟ୍ରାଙ୍କୁଲାଇଜିଙ୍ଗ କରାଯାଇଥିଲା । ହେଲେ ଆଉ ଚେତା ଫେରିନଥିଲା। ପ୍ରାଣୀ ଚିକିତ୍ସାକଙ୍କ ଦ୍ୱାରା ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ୩୬ ବର୍ଷିଆ କୁମକି ହାତୀ ନନ୍ଦର ଆଜି ଭୋର ୩ଟା ସମୟରେ ମୃତୁ ଘଟିଥିଲା।

ଓୟୁଏଟି ଔଷଧ ବିଭାଗର ମୁଖ୍ୟ ପ୍ରଫେସର ତଥା କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଣୀ ଚିକିତ୍ସା ବିଭାଗର ସଂଯୋଜକ ପ୍ରଫେସର ଡା. ନିରଞ୍ଜନ ସାହୁ, ଅସ୍ଥ ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡା. ଇନ୍ଦ୍ରମଣୀ ନାଥ ଓ ନନ୍ଦନକାନନର ସନ୍ତୋଷ ଗୁପ୍ତା ନନ୍ଦର ଚିକିତ୍ସା ପାଇଁ ଲାଗିଥିଲେ। ନନ୍ଦ ଏକ କୁମକି ତାଲିମପ୍ରାପ୍ତ ହାତୀ । ୧୯୮୭ ମସିହା ମେ’ ୧୪ ତାରିଖରେ ନନ୍ଦନକାନନର ମାଈ ହାତୀ ବାସନ୍ତୀ ଗର୍ଭରୁ ଜନ୍ମଲାଭ କରିଥିଲା । ୨୦୧୦ରେ ନନ୍ଦକୁ ନନ୍ଦନକାନନରୁ ଚନ୍ଦକାର ଗୋଡ଼ିବାରୀକୁ ଅଣାଯାଇଥିଲା। ହିସ୍ର ଜନ୍ତୁଙ୍କୁ ସାବାଡ଼ କରିବା ପାଇଁ ନନ୍ଦକୁ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା।

ନନ୍ଦକୁ ଜଙ୍ଗଲ ସୁରକ୍ଷାରେ ନିୟୋଜିତ କରାଯାଇଥିଲା । ୧୯୮୭ ମେ’ ୧୪ରେ ନନ୍ଦନକାନନର ମାଈ ହାତୀ ‘ବାସନ୍ତୀ’ ଗର୍ଭରୁ ଜନ୍ମଲାଭ କରିଥିବା ଏକମାତ୍ର ହାତୀ।ନନ୍ଦନକାନନରେ ଜନ୍ମ ହୋଇଥିବାରୁ ହାତୀର ନାଁ ନନ୍ଦନ ରଖାଯାଇଥିଲା ।ନନ୍ଦନକାନନରେ ଜନ୍ମ ହୋଇଥିବାରୁ ହାତୀର ନାଁ ନନ୍ଦନ ରଖାଯାଇଥିଲା । ସେ ନନ୍ଦନକାନନରେ ହିଁ ବଢ଼ିଥିଲା। କାଳକ୍ରମେ ମସ୍ତ ହୋଇ ଉତ୍ପାତ କରି ଚର୍ଚ୍ଚାକୁ ଆସିଥିଲା। ୧୦ ବର୍ଷ ବୟସର ହୋଇଥିବା ବେଳେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହକୁ କଚାଡ଼ି ମାରିଥିଲା। ସେହି ଦିନଠାରୁ ତା’ଗୋଡରେ ଶିକୁଳି ପକାଯାଇ ହାତୀଶାଳରେ ବନ୍ଦୀ କରି ରଖାଯାଇଥିଲା । ଏହାପରେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ୨୦୧୦ ସେପ୍ଟେମ୍ବର ୧୩ରେ ‘ନନ୍ଦ’ର ମାନସିକ ଅବସ୍ଥା ଅନୁଧ୍ୟାନ କରି ତାକୁ ଶିକୁଳିରୁ ମୁକ୍ତ କରାଯାଇ ନନ୍ଦନକାନନ ପରିସରରେ ପରିକ୍ରମା କରାଯାଇଥିଲା ।

ପର ଦିନ ଅର୍ଥାତ୍‌ ସେପ୍ଟେମ୍ବର ୧୪ରେ ଚନ୍ଦକାର କୁମାରଖୁଣ୍ଟିକୁ ନେବା ଲାଗି ପ୍ରୟାସ କରିବାରୁ ସେ ନନ୍ଦନକାନନ ପଛ ପାଖ ୯ ନମ୍ବର ଫାଟକ ଡେଇଁବାକୁ ଅମଙ୍ଗ ହୋଇଥିଲା । ଶେଷରେ ୨୦୧୦ ଅକ୍ଟୋବର ୨୫ରେ ତାକୁ ନିଶ୍ଚେତକ ଦେଇ ଅଚେତ ଅବସ୍ଥାରେ ଦଶ ଚକିଆ ଟ୍ରକ୍‌ରେ ଲଦି କୁମାରଖୁଣ୍ଟିକୁ ନିଆଯିବା ସହ ସେଠାରେ କୁମକି ପ୍ରଶିକ୍ଷଣ ଦିଆଯାଇଥିଲା । ୨୦୧୪ ଜାନୁଆରି ପହିଲାରେ ନନ୍ଦନକାନନକୁ ଅନୁପ୍ରବେଶ କରିଥିବା ଜଙ୍ଗଲି ମାକନା ହାତୀକୁ ଧରିବା ପାଇଁ ‘ନନ୍ଦ’ର ସହାୟତା ନିଆଯାଇଥିଲା। ସେହି ମାସ ୩ ତାରିଖରେ ନନ୍ଦ ନନ୍ଦନକାନନର ବୟସ୍କା ମାଈ ହାତୀ ‘ପ୍ରେମା’ ଓ ‘ବାସନ୍ତୀ’ ସହ ମିଶି ମାକନାକୁ ଧରାଇବାରେ ସହାୟକ ହୋଇଥିଲା । ସେହି ମାସ ୧୦ ତାରିଖରେ ମସ୍ତ ହେବା ସହ ନନ୍ଦନକାନନ ଛାଡ଼ିବାକୁ ନାରାଜ ହେବାରୁ ତାକୁ ବହୁ କଷ୍ଟରେ ଚନ୍ଦକାକୁ ନିଆଯାଇଥିଲା ।

Leave A Reply

Your email address will not be published.