ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳୁଛି କୁଲଡ଼ିହା ସଂରକ୍ଷିତ ଜଙ୍ଗଲ, ୧୦ରୁ ଅଧିକ ଜାଗାରେ ଲାଗିଛି ନିଆଁ

ନୀଳଗିରି: କୁଲଡିହା ସଂରକ୍ଷିତ ଜଙ୍ଗଲ ବିଷ୍ଣୁପୂର୍ ପାହାଡ଼ରେ ୧୦ରୁ ଅଧିକ ଜାଗାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୋଟେ ପାହାଡ଼ରୁ ଆଉ ଗୋଟେ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ପାହାଡ଼ରେ ଥିବା ମୂଲ୍ୟବାନ ଗଛପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ଏବଂ ସବୁଜ ବାହିନୀର ପ୍ରୟାସ ଜାରି ରଖିଛନ୍ତି।

ବାରମ୍ବାର ବନବିଭାଗ ମାଇକ ଦ୍ଵାରା ପ୍ରଚାର ପ୍ରସାର କରିବା ସହ ପାହାଡ଼ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦାମାନଙ୍କୁ ସଚେତନ କରିବା ସତ୍ତ୍ୱେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଉଛନ୍ତି । କାଲି ସନ୍ଧ୍ୟାରେ କେହି ଦୁର୍ବୃତ୍ତ ବିଷ୍ଣୁପୂର ପାହାଡ଼ରେ ନିଆଁ ଲଗାଇଥିବା ଜଣାପଡ଼ିଛି। ଶିକାର କରିବା ଆଶାରେ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଲାଗିବା ହେତୁ ଲକ୍ଷଲକ୍ଷ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ । ତେବେ ବାରମ୍ବାର ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଇବା ହେତୁ ଗାଁ ମୁହାଁ ଏବଂ ସହର ମୁହାଁ ହେଉଛନ୍ତି ଜଙ୍ଗଲରେ ଥିବା ବନ୍ୟଜନ୍ତୁ।

Leave A Reply

Your email address will not be published.