ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୃଶଂସ ବାପା: ଫାର୍ସା ଆକ୍ରମଣରେ ଚାଲିଗଲା ଗୋଟିଏ ଝିଅର ଜୀବନ, ଆଉ ୩ଝିଅ ସମେତ ମା’ ଗୁରୁତର

କୁଚିଣ୍ଡା: ନୃଶଂସ ବାପା । ବାପା ଘଟାଇଛି ନାରକୀୟ କାଣ୍ଡ। ନିଜର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଘଟିଛି। ଅଭିଯୁକ୍ତର ନାଁ ସୁଖୁ ଓରାମ।

ସୂଚନା ଅନୁଯାୟୀ, ସୁଖୁ ଓରାମ ଆଜି ଭୋରରେ ସେ ତା’ର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତିନି ଝିଅଙ୍କ ସହିତ ଏହି ଦୁଇ ଜଣ ବି ଗଡ଼ପୋଷ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଗୋବିନ୍ଦପୁର ଥାନା ଓ ଗଡ଼ପୋଷ ଫାଣ୍ଡି ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.