ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ୱିଟର ବ୍ୟାନ୍ ପରେ ନାଇଜେରିଆରେ ‘କୁ’ର ଏଣ୍ଟ୍ରି

ନାଇଜେରିଆରେ ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ବ୍ୟାନ୍‌ କରାଯାଇଛି । ଟ୍ୱିଟର ଉପରେ ବ୍ୟାନ୍‌ ଲଗାଇଛନ୍ତି ନାଇଜେରିଆ ସରକାର। ତେବେ ଟ୍ୱିଟରର ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ‘କୁ’ ଏବେ ନାଇଜେରିଆରେ ପ୍ରବେଶ କରିଛି । ନାଇଜେରିଆ ସରକାର ଟ୍ୱିଟରକୁ ବ୍ୟାନ୍ କରିବା ପରେ ‘କୁ’ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆ ସରକାରଙ୍କ ନିଷ୍ପତ୍ତିକୁ ‘କୁ’ର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣା ସ୍ୱାଗତ କରିଛନ୍ତି । ନାଇଜେରିଆ ସରକାରଙ୍କ ଅଫିସିଆଲ ହ୍ୟାଣ୍ଡେଲକୁ ଆମେ ସ୍ୱାଗତ କରୁଛୁ । ‘କୁ’ ଏବେ ଦେଶ ବାହାରେ ମଧ୍ୟ ଉପଲବ୍ଧ ବୋଲି ଅପ୍ରମେୟ କହିଛନ୍ତି ।

ରାଷ୍ଟ୍ରପତି ମହମ୍ମଦଦ୍ଦୁ ବୁହାରୀଙ୍କ ଏକ ଟ୍ୱିଟ୍‌କୁ ଟ୍ୱିଟର ହଟାଇଦେବା ପରେ ଜୁନ୍ ୫ରେ ଏହି ସୋସିଆଲ ମିଡିଆ କମ୍ପାନୀକୁ ନାଇଜେରିଆ ସରକାର ବ୍ୟାନ୍‌୍ କରିଥିଲେ । ନାଇଜେରିଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଥିଲେ । ନାଇଜେରିଆରେ ଟ୍ୱିଟର ବ୍ୟାନ୍‌ର ସୁଯୋଗ ନେଇଥିଲା ‘କୁ’ । ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଆଫ୍ରିକାରେ ନିଜ କାରବାର ଆରମ୍ଭ କରିବାକୁ ଘୋଷଣା କରିଥିଲା । ଏହାସହ ସ୍ଥାନୀୟ ଭାଷାରେ ମଧ୍ୟ ସେବା ଉପଲବ୍ଧ ହେବ ବୋଲି ‘କୁ’ ପକ୍ଷରୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.