ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘କୋକୋ’ ଜାଲରେ ପଡ଼ିଛନ୍ତି ଦେଢ଼ଲକ୍ଷ : ଋଣ ସୁଝିବା ପରେ କରୁଥିଲେ ବ୍ଲାକ୍‍ମେଲିଂ, କଣ୍ଟାକ୍ଟ ଲିଷ୍ଟନେଇ ପଠାଉଥିଲେ ଅଶ୍ଲୀଳ ମେସେ୍‍ଜ

ଭୁବନେଶ୍ୱର : ‘କୋକୋ’ ଲୋନ୍‍ ଆପ୍‍ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଏହି ଆପ୍‍ ଲୋକଙ୍କୁ ତତ୍କାଳ ଋଣଦେଇ ବ୍ଲାକ୍‍ମେଲିଂ କରି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଟଙ୍କା ନ ଦେଲେ ହ୍ୟାକ୍‍ କରି ସବୁ କଣ୍ଟ୍ରାକ୍ଟ ଲିଷ୍ଟ ନେଇ ବଦନାମ କରୁଥିବା ନେଇ ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା)ରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ରାମ ଶ୍ରୀରାମ ପଠାଡେ, ସୁଧିର ଶ୍ରୀରାମ ପଠାଡେ, ମହାଗ୍ରାମ ପ୍ରମେଣ୍ଟ ସର୍ଭିସ ପ୍ରାଇଭେଟ୍‍ ଲିମିଟେଡ ସଂସ୍ଥା, ମହମ୍ମଦ ଜାଭେଦ୍‍, ଆଇଡବ୍ଲ୍ୟୁଟି ଗୁରୁଗ୍ରାମ ସଂସ୍ଥା ନାମରେ ମାମଲା ରୁଜୁ କରାଯାଇଛି। ଏହି ମାମଲା ଆଧାରରେ ଇଓଡବ୍ଲ୍ୟୁ ମୁମ୍ବାଇ ଏବଂ ଗୁରୁଗାଓଁରେ ଚଢ଼ଉ କରି ୨ଜଣଙ୍କୁ କାବୁକରି ପଚରାଉଚରା କରୁଛି। ଏହି ସଂସ୍ଥା ଦେଢ଼ ଲକ୍ଷ ଲୋକଙ୍କୁ ଠକିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୁମ୍ବଇରେ ଥିବା ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ୍‍ ଲିମିଟେଡ୍‍ ସଂସ୍ଥା ଏବଂ ଗୁରୁଗ୍ରାମ ଆଇଡବ୍ଲ୍ୟୁଟି ସଂସ୍ଥା ଲୋକଙ୍କୁ ଠକିବା ପାଇଁ ‘କୋକୋ’ ଆପ୍‍ ବାହାର କରିଥିଲେ। ସେମାନେ ବିଭିନ୍ନ ସୋସିଆଲ ସାଇଟ୍‍ରେ ତତ୍କାଳ ଋଣ ପାଇଁ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଲୋକେ ପ୍ଲେ ଷ୍ଟୋରରୁ ଡାଉନ୍ଲୋଡଡ କରି ନିଜର ସମସ୍ତ ତଥ୍ୟ ଦେଇ ଲୋନ୍‍ ନେଉଥିଲେ। କିନ୍ତୁ ଋଣ ଶୁଝିବା ପରେ ସେମାନେ ଅଧିକ ଟଙ୍କା ଦାବି କରି ବ୍ଲାକ୍‍ମେଲିଂ କରୁଥିଲେ। ଏହିଭଳି ବିକାଶ କୁମାର ସାହୁ ନାମକ ଜଣେ ବ୍ୟକ୍ତି ବ୍ଲାକ୍‍ମେଲିଂର ଶିକାର ହୋଇଥିଲେ। ବିକାଶ ଫେସ୍‍ବୁକ୍‌ରେ ଏହି ଆପ୍‍ ଦେଖିବା ପରେ ଡାଉନ୍‍ଲୋଡ୍‍ କରି ସମସ୍ତ ତଥ୍ୟ ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟକୁ ୩ହଜାର ୪୮୫ ଟଙ୍କା ଆସିଥିଲା। ସେ ଦୁଇ ଦିନ ପରେ ଏହି ଟଙ୍କା ଫେରାଇ ଦେଲେ। ହେଲେ ତା ପରଦିନ କିଛି ବ୍ୟକ୍ତି ଫୋନ୍‍ କରି ୬ହଜାର ଟଙ୍କା ସୁଧ ଦେବାକୁ କହିଥିଲେ। ବିକାଶ ମନା କରିବାକୁ ତାଙ୍କ ମୋବାଇଲ୍‍ ହ୍ୟାକ୍‍ କରି ସମସ୍ତ କଣ୍ଟାକ୍ଟ ନମ୍ବର ନେଇଯାଇଥିଲେ। ଏହାପରେ ବିକାଶ ନାମରେ ବିଭିନ୍ନ ଅଶ୍ଲୀଳ ମେସେ୍‍ଜ ଲେଖି ସମ୍ପର୍କୀୟଙ୍କ ନମ୍ବରକୁ ପଠାଇଥିଲେ।

ଏପରିକି କୋକୋ ଆପ୍‍ ନାମରେ ହ୍ୱାଟ୍ସଆପ୍‍ ଗ୍ରୁପ୍‍ କରି ସେଥିରେ ବିକାଶଙ୍କ ଫଟୋକୁ ଅଶ୍ଲୀଳ କରି ବଦନାମ କରିଥିଲେ। ଏଭଳି ବଦନାମ କରିବା ଦ୍ୱାରା ବିକାଶ ମାନସିକ ଚାପରେ ଇଓଡବ୍ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ। ଏହିଭଳି ଅନୁଗୁଳ ସୌଭାଗ୍ୟ ନଜରର ଜଣେ ଯୁବତୀ ଏବଂ ଆଇଆରସି ଭିଲେଜରେ ସନ୍ଦିପ ନାୟକ ନାମକ ଜଣେ ଯୁବକଙ୍କୁ ବଦନାମ କରାଯାଇଛି। ଏହି ଆପ୍‍ ବିଭିନ୍ନ ଅଞ୍ଚଳରେ ଥିବା ଏଜେଣ୍ଟ ମାନଙ୍କ ଦ୍ୱାରା ମଧ୍ୟ ବଦନାମ କରାଇଛନ୍ତି। ଏହିଭଳି ଦେଢ଼ ଲକ୍ଷ ଲୋକଙ୍କୁ ବ୍ଲାକ୍‍ମେଲିଂ କରି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ଏହି ଆପ୍‍ ନାମରେ ଅଭିଯୋଗ ଆସିବା ପରେ ଅଭିଯୁକ୍ତମାନେ ଆପ୍‍ର ନାମକୁ ବଦଳାଇ ଜୋଜୋ କ୍ୟାସ୍‍’ ଆପ୍‍ କରି ଦେଇଥିଲେ।

Leave A Reply

Your email address will not be published.