ସରିଲା ବିରାଟଙ୍କ ଅଧିନାକୟ ଯୁଗ, ଅଧୁରା ରହିଲା ଆରସିବିକୁ ଚାମ୍ପିଅନ୍ କରିବାର ସ୍ୱପ୍ନ

ଶାରଜା : ରୟାଲ ଚ୍ୟାଲେଞ୍ଜର ପାଇଁ ଶେଷଥର ଲାଗି ନେତୃତ୍ୱ ନେଇଛନ୍ତି ବିରାଟ କୋହଲି। ତେବେ ଏହି ମ୍ୟାଚରେ କୋଲକାତା ନାଇଟ୍‍ ରାଇଡର୍ସ ନିକଟରୁ ବାଙ୍ଗାଲୋର ପରାସ୍ତ ହେବାସହ ୧୪ତମ ସଂସ୍କରଣରେ ଅଭିଯାନ ଶେଷ କରିଛି। ଚଳିତ ଆଇପିଏଲ୍‍ ପରେ ବାଙ୍ଗାଲୋର ଅଧିନାୟକ ପଦ ଛାଡ଼ିବେ ବୋଲି କୋହଲି ନିକଟରେ ଘୋଷଣା କରିଥିଲେ। ଫଳରେ ୨୦୧୧ରୁ ବାଙ୍ଗାଲୋର ଦଳର ନେତୃତ୍ୱ ନେଇ ଆସୁଥିବା କୋହଲି ଦଳକୁ ଆଇପିଏଲ୍‍ ଟ୍ରଫି ବିଜୟୀ କରାଇବା ସ୍ୱପ୍ନ ଅଧୁରା ରହିଯାଇଛି। ସେ ବାଙ୍ଗାଲୋର ପାଇଁ ୧୪୦ ମ୍ୟାଚରେ ନେତୃତ୍ୱ ନେବାର ସୁଯୋଗ ପାଇଛନ୍ତି। ଯେଉଁଥିରେ ୬୪ ମ୍ୟାଚରେ ଦଳକୁ ଜିତାଇଥିବାବେଳେ ୬୯ ମ୍ୟାଚରେ ପରାଜୟବରଣ କରିଛନ୍ତି। ୩ଟି ମ୍ୟାଚ୍‍ ଟାଇ ଓ ୪ଟି ବିନା ଫଳାଫଳରେ ଶେଷ ହୋଇଛି।


କୋହଲିଙ୍କ ବିଜୟ ପ୍ରତିଶତ ୪୮.୧୬ ରହିଛି। ୨୦୧୬ରେ ବାଙ୍ଗାଲୋରକୁ ଫାଇନାଲରେ ପହଞ୍ଚାଇବା କୋହଲିଙ୍କ ନେତୃତ୍ବର ଶ୍ରେଷ୍ଠ ପ୍ରଦର୍ଶନ ଥିଲା କିନ୍ତୁ ଫାଇନାଲରେ ବାଙ୍ଗାଲୋର ୮ ରନ୍‌ରେ ସନରାଇଜର୍ସ ହାଇଦରାବାଦ ନିକଟରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ଏହି ସିଜନ୍‌ରେ କୋହଲି ୯୭୩ ରନ୍‌ ସଂଗ୍ରହ କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ରହିଥିଲେ। ଉଲ୍ଲେଖଯୋଗ୍ୟ ଆଗାମୀ ଆଇପିଏଲ୍‌ରେ ମେଗା ନିଲାମୀ ହେଉଥିବାରୁ କେଉଁ ଖେଳାଳି କେଉଁ ଦଳ ପକ୍ଷରୁ ଖେଳିବେ ତାହା ପରେ ସ୍ପଷ୍ଟ ହେବ।

Leave a comment