ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ସୁସ୍ଥ ଓ ଚମକଦାର ଦାନ୍ତ ପାଇଁ କ’ଣ ଖାଇବେ

ଦାନ୍ତ ହଳଦିଆ ଦେଖାଯିବା ଏକ ବଡ଼ ସମସ୍ୟା। ଦାନ୍ତକୁ ମଜଭୁତ୍ ଓ ଚମକଦାର୍‌ ରଖିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ସହିତ ଦିନକୁ ଦୁଇଥର ବ୍ରସ୍‌ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ସ୍ବାସ୍ଥ୍ୟକର ଡାଏଟ୍‌ ସହିତ ଏମିତି କିଛି ଫଳ ରହିଛି, ଯାହାକୁ ଖାଇବା ଦ୍ବାରା ଦାନ୍ତ ସୁସ୍ଥ ଓ ଚମକପ୍ରଦ ହୋଇଥାଏ।

  • କଦଳୀ ଦାନ୍ତ ପାଇଁ ଏକ ସୁପର୍‌ଫ୍ରୁଟ୍‌। ଏଥିରେ ଥିବା ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଓ ମାଙ୍ଗାନିଜ୍‌ ଦାନ୍ତର ହଳଦିଆପଣ ଦୂର କରିଥାଏ।
  • ତରଭୁଜରେ ଥିବା ଜିଙ୍କ୍‌, ଆଇରନ୍‌, କ୍ୟାଲସିୟମ୍‌, ଓ ଆୟୋଡିନ୍‌ ଦାନ୍ତକୁ ମଜଭୁତ୍‌ କରିଥାଏ।
  • ମୋଲିକ୍‌ ଏସିଡ୍‌ଯୁକ୍ତ ଷ୍ଟ୍ରବେରୀ ଦାନ୍ତକୁ ସଫା ରଖିଥାଏ।
  • ସେଓ ଖାଇବା ଯୋଗୁଁ ଦାନ୍ତର ଚମକ ବଢ଼ିବା ସହିତ ଏହା ସ୍କ୍ରବର୍‌ ଭଳି କାମ କରିଥାଏ।
  • ଦାନ୍ତ ମାଢ଼ି ଓ ଦାନ୍ତର ଏନାମେଲ୍‌କୁ ସୁରକ୍ଷା କରିବା ପାଇଁ କମଳା ସହାୟକ ହୋଇଥାଏ। କ୍ୟାଲସିୟମ୍‌ରେ ଭରପୂର କମଳା ହାଡ଼ ସହିତ ଦାନ୍ତକୁ ସୁରକ୍ଷା ଦିଏ।
Leave A Reply

Your email address will not be published.